ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସରକାର ଯୋଜନା ଉପରେ ଯୋଜନା କରିଛନ୍ତି । କିନ୍ତୁ ତାହା ଫେଲ ମାରିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ କନ୍ଧକେଳଗାଁ ଗ୍ରାମ ପଞ୍ଚାୟତର ସ୍କୁଲ ପଡାରେ । ସୂଚନା ଏହି କି, ଯେ ଡମନି ପ୍ରଧାନୀ ଜଣେ ନିରାଶ୍ରୟ ମହିଳା । କିଛି ବର୍ଷ ତଳେ ତାଙ୍ଙ୍କ ସ୍ଵାମୀ ମୃତ୍ୟୁ ବରଣ କରିଥିଲେ । ଫଳରେ ବହୁ କଷ୍ଟରେ ସାତ ଜଣିଆ କୁଟୁମ୍ବକୁ ପ୍ରତିପୋଷଣ କରି ଆସିଛନ୍ତି ସେ । ଏବେ ଜୀବନଯାପନ ପାଇଁ ବାଧକ ସାଜିଛି ଘର । ଛୋଟିଆ ଘର ଖଣ୍ଡିଏ ଥିଲା । କିନ୍ତୁ ତାହା ଭାଙ୍ଗିଯିବା ଫଳରେ ଶୀତ କାକରରେ ଶୋଇବାକୁ ପଡୁଛି ଏହି ଅସହାୟ ପରିବାରକୁ । ଡମନୀ ପ୍ରଧାନୀ ୨୦୧୫ ମସିହାରୁ ଘର ଖଣ୍ଡିଏ ପାଇଁ ବହୁ ନେତା ଅଫିସରଙ୍କୁ ଗୁହାରୀ କରିଥିଲେ ମଧ୍ୟ କେହି ହେଲେ ତାଙ୍କ ଗୁହାରୀ ଶୁଣୁ ନାହାନ୍ତି ବୋଲି ଶୋକଭରା ହୋଇ ପ୍ରକାଶ କରିଛନ୍ତି । ସେହିପରି ତାଙ୍କ ପୁଅ ଚିତ୍ତରଞ୍ଜନ ପ୍ରଧାନୀ ଓ ଗୋପାଳ ପ୍ରଧାନୀ ମଧ୍ୟ ବିବାହ କରିଥିବା ବେଳେ ତାଙ୍କ ଘର ଅବସ୍ଥା ମଧ୍ୟ ଶୋଚନୀୟ ଅବସ୍ଥାରେ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତାଙ୍କୁ ସରକାର ଘର ଖଣ୍ଡିଏ ସହ କିଛି ସାହାଯ୍ୟ କରିବା ପାଇଁ ଡମନୀ ପ୍ରଧାନୀ ଓ ପଡ଼ାବାସୀ ଅନୁରୋଧ କରିଛନ୍ତି ।