ବଲାଙ୍ଗିରରେ ‘ଅରୁନ୍ଧତୀ ଜ୍ୱେଲର୍ସ’ର ନୂତନ ଫ୍ଲାଗସିପ୍‌ ଗହଣା ସୋରୁମ୍‌ର ଶୁଭାରାମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ପ୍ରମୂଖ ସୁନା ଗହଣା ବ୍ରାଣ୍ଡ ଅରୁନ୍ଧତୀ ଜ୍ୱେଲର୍ସ ତରଫରୁ ଆଜି ପୂର୍ବାହ୍ନ ଘ.୧୧.୩୦ମିରେ ବଲାଙ୍ଗିର ଠାରେ ତା’ର ନୂତନ ଓ ଅତ୍ୟାଧୁନିକ ଫ୍ଲାଗସିପ୍‌ ଗହଣା ସୋରୁମ୍‌ର ଶୁଭରାମ୍ଭ ଶ୍ରୀଯୁକ୍ତ ଗୌରାଙ୍ଗ ମେହେର ଏବଂ ଶ୍ରୀମତୀ ଲକ୍ଷ୍ମୀ ମେହେରଙ୍କ ଦ୍ୱାରା ହୋଇଯାଇଛି । ଏହି ଅବସରରେ ଅରୁନ୍ଧତୀ ଜ୍ୱେଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ଏହି ସୂଚନା ଦେବା ସହ ପ୍ରକାଶ କରିଛନ୍ତି ଯେ, ଅରୁନ୍ଧତୀର ସଫଳ ଯାତ୍ରା ୨୧ବର୍ଷ ପୂର୍ବରୁ ବଲାଙ୍ଗିରର ପବିତ୍ର ମାଟିରୁ ଆରମ୍ଭ ହୋଇଥିଲା । ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଓ ଅରୁନ୍ଧତୀ ଉପରେ ଥିବା ପ୍ରଗାଢ ବିଶ୍ୱାସକୁ ପାଥେୟ କରି ଅରୁନ୍ଧତୀ ଆଜି ସାରା ଓଡିଶାର ଏକ ପ୍ରତିଷ୍ଠିତ ଅଗ୍ରଣୀ ସୁନା ଗହଣା ବ୍ରାଣ୍ଡ ଭାବରେ ମାନ୍ୟତା ପାଇପାରିଛି । ଗତ ୨୧ବର୍ଷ ଧରି ସୁନା ଗହଣା ମାନରେ ସୁଦ୍ଧତା, କାରୁକାର୍ଯ୍ୟତା, ସଠିକ୍‌ ବ୍ୟବସାୟୀକ ପଦକ୍ଷେପ ଓ ତା ମଧ୍ୟରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ସହ ଗ୍ରାହକ ସେବାରେ ଆତ୍ମୀୟତାର ଭାବକୁ ଆଧାର କରି ଅରୁନ୍ଧତୀ ଆଜି ଓଡ଼ିଶାର ଜନମାନସଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇପାରିଛି ଓ ପ୍ରତିଟି ଘରର ଏକ ଅଂଶବିଶେଷ ହୋଇପାରିବା ସହ ବିଭିନ୍ନ ସମୟରେ ଜାତୀୟ ଓ ଅର୍ନ୍ତଜାତୀୟ ପୁରଷ୍କାରରେ ପୁରଷ୍କୃତ ହୋଇ ସମସ୍ତଙ୍କ ପାଇଁ ଗୌରବ ଆଣିପାରିଛି । ଅରୁନ୍ଧତୀର ନୂତନ ଓ ଅତ୍ୟାଧୁନୀକ ଫ୍ଲାଗସିପ୍‌ ସୋରୁମ୍‌ ୫୦୦୦ ବର୍ଗଫୁଟ ପରିମିତ ଏବଂ ଏହା ମଧ୍ୟରେ ସର୍ବୋତ୍ତମ ଡିଜାଇନ୍‌ ଓ ସଂପୂର୍ଣ୍ଣ ହଲମାର୍କ ସୁଦ୍ଧତାଯୁକ୍ତ ସୁନା ଗହଣା, ହୀରା ଗହଣା, ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରୂପା ଗହଣା ଓ କଳାକୃତି, ପ୍ରିମିୟମ ବ୍ରାଣ୍ଡ ହାତଘଣ୍ଟାର ସମ୍ଭାର ରଖାଯିବା ସହ ଅରୁନ୍ଧତୀ ଜ୍ୱେଲର୍ସ ତରଫରୁ ରାଜ୍ୟର ସର୍ବ ପ୍ରଥମ ଗହଣା ବ୍ରାଣ୍ଡ ଭାବରେ ଏକ ନିଆରା ଗ୍ରାହାକ ସେବା ‘୫ ଷ୍ଟାର୍‌ ପ୍ରମିଜ୍‌’ର ଶୁଭାରାମ୍ଭ କରାଯାଇଛି । ଏହି ବିଶେଷ ମୁହୁର୍ତ୍ତକୁ ଅବିସ୍ମରଣୀର କରିବା ପାଇଁ ଅରୁନ୍ଧତୀ ଗ୍ରୁପ ତରଫରୁ ”ଅରୁନ୍ଧତୀ ଫାଉଣ୍ଡେସନ୍‌”ର ଘୋଷଣା କରାଯାଇଛି ଯାହା ମାଧ୍ୟମରେ ଆଗାମୀ ଦିନରେ ସମାଜର ବିଭିନ୍ନ ଶ୍ରେଣୀର ଲୋକମାନଙ୍କୁ ବିଭିନ୍ନ ନିଶୁକ୍ଲ ସେବା ଯୋଗାଇଦେବା ସହ ସମାଜର ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ମାନଙ୍କରେ ପ୍ରମୁଖ ସହଭାଗୀତା ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଅଛି ।

Leave A Reply

Your email address will not be published.