ଭୁବନେଶ୍ୱରରେ ଡ୍ରେନେଜ ସମସ୍ୟା ସମାଧାନ ପାଇଁ ଚିନ୍ତା ପ୍ରକଟ କଲେ ସାଂସଦ ମ୍ୟାଡମ ଅପରାଜିତା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଗତ ୧୫ ଫେବୃଆରୀ ୨୦୨୦ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରି ଭୁବନେଶ୍ୱର ମହାନଗରର ଡ୍ରେନେଜ ସମସ୍ୟା ପ୍ରତି ଦୃଷ୍ଟି ଆରୋପ କରିଥିଲେ । ତାଙ୍କୁ ସାକ୍ଷାତ କରି ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୧୨୦ ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ପାଇଁ ଅନୁମତି ଆଗ୍ରହ୍ୟ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହାର ନିକଟବର୍ତ୍ତୀ ଅଞ୍ଚଳ ସାମାନ୍ୟ ବର୍ଷା ହୋଇଗଲେ ଜଳମଗ୍ନ ହେଉଥିବାରୁ ବହୁ ଜନବସତି ପ୍ରଭାବିତ ହେଉଥିଲେ । ସମସ୍ୟାର ଶିକାର ହେଉଥିବା ବହୁ ସଂଖ୍ୟାରେ ଜନସାଧାରଣ ସାଂସଦ ମହୋଦୟାଙ୍କୁ ସମସ୍ୟା ସମାଧାନ ପାଇଁ ବାଟ କାଢ଼ନ୍ତୁ ବୋଲି ଗୁହାରି ଜଣାଇଥିଲେ । ଭୁବନେଶ୍ୱର ମହାନଗର ଅଞ୍ଚଳରେ ଏକ ହାଇଟେକ ପ୍ଲାନରେ ଡ୍ରେନେଜ ବ୍ୟବସ୍ଥାପନା କରାଯିବା ନେଇ ମ୍ୟାଡମ ବହୁ ଦିନରୁ ଚିନ୍ତା ପ୍ରକଟ କରିଥିଲେ । ଏହି ବ୍ୟବସ୍ଥାପନା ଡ୍ରେନେଜ ନିର୍ମାଣ ପାଇଁ ଅନୁମତି ମିଳିଥିବାରୁ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଧନ୍ୟବାଦ ସହ ସାଧୁବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.