ମାକ୍ରିପଡା ଲାୟନ୍ସ ୟୁଥ୍ ଆସୋସିଏସନ୍ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ଲେବଡ଼ା ପଞ୍ଚାୟତ ଅନ୍ତର୍ଗତ ମାକ୍ରିପଡ଼ା ଗ୍ରାମରେ ଲାୟନ୍ସ ୟୁଥ୍ ଆସୋସିଏସନ୍‌ର ବିଶେଷ ପରାମର୍ଶ ଦାତା ସାଧୁ ଚନ୍ଦ୍ର ଛତରଙ୍କ ପରାମର୍ଶ କ୍ରମେ ତଥା ଆସୋସିଏସନ୍‌ର ସଭାପତି ଭୁଲେଶ୍ୱର ଛତର ଓ ଉପସଭାପତି ତୁଲାରାମ ଛତରଙ୍କ ସଭାପତିତ୍ୱରେ ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ଗ୍ରାମର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵ ସଫା କରାଯାଇଥିଲା । ଏହା ସହିତ ଗ୍ରାମରେ ସ୍ୱଚ୍ଛ ଭାରତ ବିଷୟରେ ବିଭିନ୍ନ ସ୍ଲୋଗାନ ଦେଇ ଗାଁ ସାରା ଭ୍ରମଣ କରି ସମସ୍ତଙ୍କୁ ରାସ୍ତାରେ ଆବର୍ଜନା ନପକାଇବା ପାଇଁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ତଥା ସହଯୋଗୀ ମ୍ୟାନେଜର୍‌ ଚୌଧାରି ଛତର, ଯଦୁମଣି ଛତର, ହିମାଂଶୁ ଛତର, ହମିଦ ଭୋଇ, ଦେବଚନ ଛତର, ଦୁଲମଣି ଛତର, ଚଇତନ ଛତର, ପିନ୍‌ଟୁ ଜୁଗ୍ନିଆଁ, କୌତୁକ ଛତର ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ପିତାମ୍ବର ବଗର୍ତ୍ତୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଗକୁ ଏଭଳି କାର୍ଯ୍ୟ କରିବାକୁ ଉତ୍ସାହିତ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

Leave A Reply

Your email address will not be published.

error: Content is protected !!