ବରଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଚେତାବନୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ୩ ଦଫା ଦାବୀରେ ବରଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ଆଜି ସଂଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି ଶ୍ୟାମ ସୁନ୍ଦର ଅଦାବର ୩ ଦଫା ଦାବୀ ସଂପର୍କରେ ଅବଗତ କରାଇବା ସହ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଠାରେ ଦାବି କରିଥିଲେ । ଦାବୀ ମଧ୍ୟରେ ବରଗଡ଼ ପୌର ପରିଷଦ ପକ୍ଷରୁ ହୋଲଡିପ୍ସ ଟେକ୍ସର ଅହେତୁକ ବୃଦ୍ଧି, ବରଗଡ଼ ତହସିଲ କାର୍ୟ୍ୟାଳୟରେ କାର୍ୟ୍ୟରେ ଶିତଳତା ଏବଂ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ଯୋଗୁଁ ସମ୍ମିଳନୀରେ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା । ଆସନ୍ତା ଦିନରେ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା । ସମ୍ମିଳନୀରେ ସମ୍ପାଦକ ହରିହର ସାହୁ, ଉପ ସଭାପତି ମାନଭଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.