କଂଟାବାଂଜି ଏନଏସି ଟେଂଡର ୱାର୍କ କରି ଟଙ୍କା ପାଇ ନଥିବା ପ୍ରତିବାଦରେ ଠିକାଦାରଙ୍କ ଆନ୍ଦୋଳନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନଏସି ଦ୍ୱାରା ବିଭିନ୍ନ ୱାର୍ଡରେ ଉନ୍ନୟନ କାମର ଟେଂଡର ହୋଇଥିଲା । ହୋଇଥିବା ଟେଂଡର ମୁତାବକ ଲାଇସେନ୍ସଧାରୀ ଠିକାଦାରମାନେ କାମ କରିଥିଲେ । ବିଭିନ୍ନ କାର୍ଯ୍ୟର ଟେଂଡର କରିଥିବା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ରଙ୍କ ବଦଳି ହୋଇଥିବା ଓ ତାଙ୍କ ସମୟର ଟେଂଡର କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଥିବା ଟଙ୍କା ନ ମିଳିବା ପ୍ରତିବାଦରେ ଠିକାଦାର ଚୈତନ୍ୟ ମାଝି, ପ୍ରାଣଦା ମହାନ୍ତି, ବିମଲ ଜୈନ, ରାଜେନ୍ଦ୍ର ବେହେରା, ବେଦବ୍ୟାସ ନାଗ ଆଜି ଏନଏସି କାର୍ଯ୍ୟାଳୟ ପରିସରରେ ଦିନକିଆ ଆମରଣ ଅନଶନ କରିଛନ୍ତି । ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଥିବା ଦ୍ୱାରା ଠିକାଦାରଙ୍କ ଟେଂଡର କାର୍ଯ୍ୟ ଟଙ୍କା ଅନିଶ୍ଚିତ ଥିବା ନେଇ ଏହି ଦିନକିଆ ଅନଶନ କରିଥିବା ଠିକାଦାରମାନେ କହନ୍ତି । ଏହି ଅନଶନ ଉପରେ ଏନଏସି ନିର୍ବାହୀ ଅଧିକାରୀ ନ ଥିବାରୁ କୌଣସି ମତାମତ ମିଳିପାରି ନାହିଁ ।

Leave A Reply

Your email address will not be published.