କ୍ୟାଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ସହ ସାକ୍ଷାତ ଆଲୋଚନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଚ୍ୟାମ୍ବର ଅଫ କମର୍ସ ବରଗଡ ପକ୍ଷରୁ ଆଜି କ୍ୟାଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବ୍ରିଜ ମୋହନ ଅଗ୍ରୱାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଚ୍ୟାମ୍ବର୍ସ କାର୍ଯ୍ୟାଳୟଠାରେ ଶ୍ରୀ ଅଗ୍ରୱାଲଙ୍କ ସହ କେନ୍ଦ୍ରସରକାରଙ୍କ ବିଭିନ୍ନ ବ୍ୟବସାୟିକ ନୀତି ଉପରେ ଆଲୋଚନା କରିଥିଲେ । ସେଥି ମଧ୍ୟରୁ ଇ-ମାର୍କେଟ, ଏମ୍‌ଏସ୍‌ଏମ୍‌ଇ, ଜେମ ପୋର୍ଟାଲର ଉପଯୋଗୀତା ଏବଂ ଉପଭୋକ୍ତାଙ୍କ ଲାଭ ସମ୍ପର୍କରେ ଆଲୋଚନା ହୋଇଥିଲା । ସରକାରୀ ନୀତି କିପରି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଚ୍ୟାମ୍ବର୍ସ ଅଫ କମର୍ସର ସଭାପତି ଦିଲ୍ଲୀପ ସାଉଡିଆ, ସମ୍ପାଦକ ସୁଶାନ୍ତ ତ୍ରିପାଠୀ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.