ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ଡିଗ୍ରୀ ମହା ବିଦ୍ୟାଳୟ କୁଶଙ୍ଗର ଓଡ଼ିଆ ବିଭାଗ ଆନୁକୂଲ୍ୟରେ ଅଧ୍ୟାପକ ଶମ୍ଭୁ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରସଙ୍ଗ ଥିଲା ଏକ ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ । ଏଥିରେ ଆଲୋଚକଭାବେ ମହିଳା ମହାବିଦ୍ୟାଳୟ ବଲାଙ୍ଗିରର ଓଡ଼ିଆ ବିଭାଗର ଅଧ୍ୟାପକ ରତିକାନ୍ତ ନାଏକ ଯୋଗଦେଇ ଓଡ଼ିଆ ସାହିତ୍ୟରେ ଉତ୍ତର ଆଧୁନିକତାର ପ୍ରଭାବ ଉପରେ ଭାବ ଗର୍ଭକ ଆଲୋଚନା କରିଥିଲେ । ଏହା ସହିତ ଲୋଇସିଂହା ମହାବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପକ ଜଗମୋହନ ଦର୍ଜି ଓଡ଼ିଆ ସାହିତ୍ୟରେ ଆଧୁନିକ ସମାଜର ଚିତ୍ର ପ୍ରତିଫଳିତ ହେଉଥିବା ତତ୍ତ୍ୱପୂର୍ଣ୍ଣ ଆଲୋଚନା ରଖିଥିଲେ । କଲେଜର ବିଭାଗ ମୁଖ୍ୟ ଡଃ. ଅଜିତ କୁମାର ଭୋଇ ସ୍ୱାଗତ ସମ୍ଭାଷଣରେ ଛାତ୍ରଙ୍କୁ ସମୟାନୁବର୍ତ୍ତୀ ହେବାକୁ ପ୍ରବର୍ତ୍ତାଇ ଥିଲେ । କାର୍ଯ୍ୟକ୍ରମରେ ଡଃ. ଲକ୍ଷ୍ମଣ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷ ବିଜୟ କୁମାର କଲେଟ, ଅଧ୍ୟାପକ ଅନନ୍ତ କୁମାର ଆର୍ଯ୍ୟ, ଅଧ୍ୟାପିକା ବିଜ୍ଞଶ୍ରୀ ଗୁରୁ, ଅଧ୍ୟାପିକା ବାରିଧି ତ୍ରିପାଠୀ, ଅଧ୍ୟାପକ ପ୍ରମୋଦ ମହାକୁର, ଅଧ୍ୟାପକ ଆଶିଷ ସା ତଥା ଅନ୍ୟାନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ବିଭାଗର ଶେଷ ବର୍ଷର ଛାତ୍ରୀ ବର୍ଷାରାଣୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।