oum

ବୈଶାଳୀଙ୍କୁ ବିବାହ କଲେ ଅଲରାଉଣ୍ଡର କିକ୍ରେଟର ବିଜୟ ଶଙ୍କର

jsm

ନୂଆଦିଲ୍ଲୀ : ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ବୁଧବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ବୈଶାଳୀ ବିଶ୍ୱେସ୍ୱରନଙ୍କୁ ବିବାହ କରିଛନ୍ତି । କରୋନା ଭାଇରସର ମହାମାରୀ ମଧ୍ୟରେ ବିଜୟ କିଛି ଦିନ ତଳେ ନିର୍ବନ୍ଧ କରିଥିଲେ ଓ ବୁଧବାର ବିବାହ କରିଛନ୍ତି । ବିଜୟଙ୍କ ବିବାହର ଫଟୋ ସନରାଇଜର୍ସ ହାଇଦ୍ରାବାଦ ସେୟାର କରିବା ସହ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛି । ସନରାଇଜର୍ସ ନିଜର ଟ୍ୱିଟର ଆକାଉଣ୍ଟରେ ଉଭୟଙ୍କ ବିବାହ ଫଟୋ ପୋଷ୍ଟ କରିବା ସହ ଶୁଭକାମନା ଜଣାଇଛି । ୩୦ ବର୍ଷୀୟ ଏହି ଅଲରାଉଣ୍ଡରଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳରେ ସାମିଲ କରାଯାଇ ନଥିଲା । ଶଙ୍କର ୨୦୧୮ରେ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ଦଳରେ ପଦାର୍ପଣ କରିଥିଲେ । ତାଙ୍କ ବିବାହର କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନାଯୋଗ୍ୟ, ବିଜୟ ୨୦୨୧ରେ ସନରାଇଜର୍ସ ତରଫରୁ ଆଇପିଏଲ ଖେଳିବେ ।

Leave A Reply

Your email address will not be published.