p purohi

ଅକ୍ଷୟ ତୃତୀୟା ଦିନ ମୁଠି ଅନୁକୂଳ ପାଇଁ ପାଞ୍ଜି ଶ୍ରବଣ

dr. purohit

ପାଟଣାଗଡ଼, (ଗୋରେଖନାଥ ବରିହା) : ପୂର୍ବ ପରମ୍ପରା ରୀତିନୀତି ଅନୁସାରେ ଚାଷୀମାନେ ପାଞ୍ଜି ଶ୍ରବଣ କରିଥାନ୍ତି ସେହି ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଜୁନ୍ ମାସ ମଧ୍ୟରେ ଚାଷ କାମ ଆରମ୍ଭକରିବା ପାଇଁ ପୂର୍ବରୁ ଚାଷୀମାନେ ଅକ୍ଷୟ ତୃତୀୟା ଦିନ ଧାନ ମଞ୍ଜି ମୁଠି ବୁଣିବା ପାଇଁ ନିଜନିଜ ଭାଗ୍ୟ ନିରୁପଣ ପାଇଁ ବାର୍ଷିକ ଭାଗ୍ୟଙ୍କ ଅନୁସାରେ ଚାଷୀମାନେ ନିଜନିଜ ନାମରେ ପାଞ୍ଜି ସୁଝାଇ ଥାନ୍ତି ଚାଷୀମାନେ । ସୁଚନା ଅନୁସାରେ ଆଜି ଅପରାହ୍ନରେ ୩ ଟା ସମୟରେ ରେଙ୍ଗାଲଜୁରୀ ଗ୍ରାମର ସମସ୍ତ ଚାଷିମାନେ ପ୍ରହରି ମଣ୍ଡପରେ ସମାବେଶ ହୋଇ କରୋନା କଟକଣା ହେତୁ ସାମାଜିକ ଦୂରତା ରକ୍ଷା କରିଥିଲେ ଅକ୍ଷୟ ତୃତୀୟା ଦିନ ମୁଠି ଧାନ ଅନୁକୂଳ ପାଇଁ ପାଞ୍ଜି ଶ୍ରବଣ କରିବା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ପଣ୍ଡିତ ଭୀମ ସେନ ରଥ ଗ୍ରାମର ଇଷ୍ଟଦେବୀ ଗ୍ରାମପତୀ ଓ ଧବଲେଶ୍ଵର ବାବା ପୂଜାର୍ଚ୍ଚନା କରାଯାଇଥିଲା । ପରେ ଚାଷୀମାନେ ନିଜନିଜ ନାମରେ ପାଞ୍ଜି ସୁଝାଇ ଥିଲେ । ପାଞ୍ଜି ଅନୁସାରେ ଶୁକ୍ଳ ବର୍ଣ୍ଣର ଧାନ ଚାଷ କଲେ ଅଧିକ ଅମଳ ପାଇବେ । ସାଇତି ରଖିଥିବା ଧାନକୁ ମଞ୍ଜି ହିସାବରେ ଆସନ୍ତା ଶୁକ୍ରବାର ଦିନ ସନ୍ଧ୍ୟା ୭.୧୫ ନିଜ ଗଚ୍ଛିତ ଧାନକୁ ସନ୍ଧ୍ୟାରେ ପୂଜାର୍ଚ୍ଚନା କରି ସଜାଡି ରଖି । ଆସନ୍ତା କାଲି ଶୁକ୍ରବାର ଅକ୍ଷୟ ତୃତୀୟା ଦିନ ରାତିର ୩ ବଜେ ପୂର୍ବରୁ ଉଠି ପୂଜା ସାମଗ୍ରୀ ଧରି । ହଲଲଙ୍ଗଲ ଧରି ନିଜ ଚାଷଜମିକୁ ଯାଇ ୩ ଘଣ୍ଟା ମଧ୍ୟରେ ମୁଠି ଅନୁକୂଳ କରିବାକୁ ଚାଷୀ ମାନଙ୍କୁ ପଣ୍ଡିତ ଶ୍ରୀ ରଥ ପରାମର୍ଶ ଦେଇଥିଲେ ।

nrusinghnath
Leave A Reply

Your email address will not be published.