ନିଶାଖୋରର ଉତ୍‌ପାତ : ମେଟାଲରେ ଆକ୍ରମଣ କରି ଯୁବକର ଆଖିପତା ଫଟେଇ ଦେଲା

ବାଲିପାଟଣା : ନିଶାଖୋରଙ୍କ ଉତପାତରେ ଅନେକ ନିରୀହ ଲୋକଙ୍କ ହଇରାଣ ହେବାରେ ଲାଗିଛନ୍ତି । ଠିକ୍‌ ସେମିତି ଭୁବନେଶ୍ୱରର ବାଲିପାଟଣା ଥାନା ଅନ୍ତର୍ଗତ ସମୁଦି ଗ୍ରାମର ନିଶାଖୋର ଚକ୍ରଧର ଭୋଇର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଦୁର୍ଯ୍ୟୋଧନ ସ୍ୱାଇଁ । ଖବର ଅନୁସାରେ ସମୁଦି ଗ୍ରାମର ବଜାର ନିକଟରେ ଦୁର୍ଯ୍ୟୋଧନ, ତାଙ୍କ ଭାଇ ଓ ପୁତୁରା ବସିଥିବା ବେଳେ ଦିନ ବେଳା ସମୟରେ ଚକ୍ରଧର ଭୋଇ ମଦ୍ୟପାନ କରି ଆସି କୁଭାସ କରି ଗାଲି ଗୁଲଜ କରିଥିଲେ । ତେବେ ଦୁର୍ଯ୍ୟୋଧନ ମନା କରିବାରୁ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଦୁର୍ଯ୍ୟୋଧନକୁ ଛଡାଇ ତାଙ୍କ ଭାଇ ଓ ପୁତୁରା ଗାଡିରେ ବସାଉଥିବା ସମୟରେ ଚକ୍ରଧର ମେଟାଲ ଖଣ୍ଡେ ଧରି ଦୁର୍ଯ୍ୟୋଧନକୁ ଆକ୍ରମଣ କରିଥିଲା । ଯାହା ଫଳରେ କି ଦୁର୍ଯ୍ୟୋଧନଙ୍କ ଆଖିପତାରେ ବାଜି ଏକ ଗଭୀର ଆଘାତ ହୋଇଥିବା ସହ ୧୦ ଟି ଷ୍ଟିଜ୍‌ ପଡିଥିଲା ।

Leave A Reply

Your email address will not be published.