oum

ଫୁଟବଲ ପଡିଆ ନିକଟରୁ ୧୦ ଫୁଟର ଅଜଗର : ବନ ବିଭାଗକୁ ହସ୍ତାନ୍ତର

jsm

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଧନକଉଡା ବ୍ଲକ ଚିପିଲିମା ଫୁଟବଲ ପଡିଆ ନିକଟରେ ବିଳମ୍ବିତ ରାତିରେ ୧୦ ଫୁଟର ଏକ ଅଜଗର ସାପ ବାବୁଲା ସେଠଙ୍କ ଘରକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ବାବୁଲାଙ୍କ ପୁଅ କାର୍ତ୍ତିକ ଦେଖିଥିଲେ । କୌଣସି ଉପାୟରେ ସାପକୁ କାବୁକରି ସାମ୍ବାଦିକ ପ୍ରଦୀପ ନାୟକଙ୍କ ମାଧ୍ୟମରେ ଡିଏଫ୍ଓଙ୍କୁ ଖବର ଦିଆଯାଇଥିଲା । ବନବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶରେ ସାପଧରାଳୀ ଅନିଲ ମହାରଣା ଆସି ସାପଟିକୁ ଧରିନେଇ ଯାଇଥିବା ବେଳେ ଲକ୍ଷ୍ମୀଡୁଙ୍ଗୁୁରୀ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.