ommm
jittmm

ଝଟ୍ ମଗ୍‌ନି ପଟ୍‌ ବିହା, ଦେଖ୍‌ଲା ଲୋକ୍‌ ଅଁଚାବୁହା : ବିନା ଯୌତୁକରେ ଆଦର୍ଶ ବିବାହ କାର୍ଯ୍ୟ ସମାପନ କଲା ଜିଲ୍ଲା ବିଞ୍ଝାଲ ସମାଜ

ପାଟଣାଗଡ଼, (ଗୋରେଖନାଥ ବରିହା) : କଥା ଥି ଅଛେ, ଚଟ୍ ମଗ୍‌ନି ପଟ୍‌ ବିହା, ଦେଖ୍‌ଲା ଲୋକ୍‌ ଅଁଚାବୁହା । ଏଭଳି ଏକ ଘଟଣା ସଂପର୍କରେ ଜାଣିବା ଆସ‌ନ୍ତୁ । ଅଳ୍ପ ସମୟ ମଧ୍ୟରେ ପବିତ୍ର ବିବାହ ବନ୍ଧନରେ ବାନ୍ଧି ହୋଇ ସବୁଦିନର ଦୁଃଖ ସୁଖର ସାଥୀ ହୋଇ ଘର ସଂସାର କରି ଜୀବନ କାଟିଥାନ୍ତି । ହେଲେ ଆୟୁଷ୍ମାନ ଓ ଆୟୁଷ୍ମତୀଙ୍କ ସହ ହାତ ଗଣ୍ଠି ପଡ଼ିବା ଆଗରୁ ଆୟୁଷ୍ମତୀ କନ୍ୟା ନିଜର ପ୍ରେମିକ ସହ ଫେରାଇ ହୋଇଥିବା ବେଳେ ନିର୍ଧାରିତ ତାରିଖରେ ପହଞ୍ଚିଥିଲେ । ବରବେଶରେ ବାଜା ରୋଷଣୀ ବାଣ ଫୁଟାଇ ପ୍ରୋସେସନ ମଧ୍ୟ ଶେଷ ହୋଇଯାଇଥିଲା । ଆୟୁଷ୍ମାନ ନିରାଶ ହୋଇ ଫେରି ଆସିଥିବା ଘଟଣା ଘଟିଥିବାର ସୂଚନା ମିଳିଛି । ସୁଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ତୁରେକେଲା ଗ୍ରାମ ସ୍ବର୍ଗତ କେଶବ ବରିହା ଓ ଜୟନ୍ତୀ ବରିହାଙ୍କ ପୁଅ ଭଗବାନ ବରିହାଙ୍କ ସହିତ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ବାଙ୍କିପାଲି ଗ୍ରାମର ଜଣେ ଝିଅଙ୍କ ସହ ଭଗବାନଙ୍କ ବିବାହ ତା୨୪.୩.୨୦୨୧ ସ୍ଥିର ହୋଇଥିଲା । ଧାର୍ଯ୍ୟ ସମୟରେ ଭଗବାନ ବର ବେଶରେ ପହଂଚିଥିଲେ ବାଙ୍କିପାଲି ଗ୍ରାମକୁ । ହେଲେ ଝିଅ କୁଆଡେ ଫେରାଇ ହୋଇ ଯାଇଥିବା କଥା ଲୋକେଙ୍କ ମୁଖରୁ ବରପକ୍ଷ ଲୋକେ ଶୁଣିବାକୁ ପାଇଥିଲେ । ଏନେଇ କନ୍ୟା ପିତାଙ୍କ ବିବାହ ଉତ୍ସବରେ ଉପସ୍ଥିତ ଥିବା ବନ୍ଧୁବାନ୍ଧବ, ଜାତି ସମାଜ ଓ ଗ୍ରାମ ବାସୀ ଓ ବରପକ୍ଷ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଝିଅ ଫେରାଇ ହୋଇ ଥିବା କଥା ଶୁଣି ବରପକ୍ଷ କ୍ଷତିପୂରଣ ଦେବାକୁ କହିଥିଲେ । ନତୁବା ଅନ୍ୟ ଝିଅଙ୍କୁ ଭଗବାନ ସହ ବିବାହ ଦେବାକୁ କହିଥିଲେ । କନ୍ୟା ପିତା ରାଜି ନହେବାରୁ ଭଗବାନ ଏହି ଘଟଣା ବିଷୟରେ ରାମପୁର ଥାନା ଲିଖିତ ଅଭିଯୋଗ କରିଥିଲେ । ଭଗବାନ ତା୨୫.୩.୨୦୨୧ ଗୁରୁବାର ସନ୍ଧ୍ୟା ୫ ଘଣ୍ଟାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଧୁବଲପଡା ଗ୍ରାମର ରୁଠି ବରିହାଙ୍କ ଝିଅ ବିନୋଦିନୀଙ୍କୁ ବିବାହ କରିବା ପ୍ରସ୍ତାବ ନେଇ ସର୍ବଭାରତୀୟ ବିଞ୍ଝାଲ ସମାଜ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗଙ୍କୁ ଲିଖିତ ଜଣାଇଥିଲେ । ଏାଂରେ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ, ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ବଙ୍ଗୋମୁଣ୍ଡା ବ୍ଳକ ସଭାପତି ଶାନ୍ତନୁ ବରିହା, ଜିଲ୍ଲା ସଂପାଦକ ଯୁଗଳ କିଶୋର ବରିହା, ମୁରିବାହାଲ ବ୍ଳକ ସଭାପତି ବନମାଳି ବରିହା, ସଂପାଦକ କାର୍ତ୍ତିକ ବରିହା, ତୁରେକେଲା ବ୍ଲକ ସଭାପତି ହରି ବରିହା, ଶିକ୍ଷାବିତ ବିରେନ୍ଦ୍ର ବରିହା, ଧୁବଲପଡା ପଞ୍ଚାୟତ ସଭାପତି ବିଶ୍ଵନାଥ ବରିହା, ପୂର୍ବତନ ପଞ୍ଚାୟତ ସଭାପତି ଖୁସିରାମ ବରିହା, ଟିକେଚନ ବରିହା, ଖିରଦିନୀ ବରିହା, ନାରୀନେତ୍ରୀ ସୁରୁବାଲି ବରିହାଙ୍କ ସମେତ ଧୁବଲପଡା ଗ୍ରାମର ଜାତି ସମାଜ, ବିଭିନ୍ନ ବ୍ଳକର କର୍ମକର୍ତ୍ତା ସଦସ୍ୟ ଉପସ୍ଥିତ ଥିଲେ । ଜିଲ୍ଲା ବିଞ୍ଝାଲ ସମାଜ ତରଫରୁ ବିନା ଯୈ।ତୁକରେ ଏକ ଆଦର୍ଶ ବିବାହର ଆୟୋଜନ କରାଯାଇଥିଲା । ସମାଜ ଗଣିତ କୁଶ ବରିହା ମାଁ ବିନ୍ଧ୍ୟବାସିନୀଙ୍କ ପୂଜାର୍ଚ୍ଚନା ସହ ବର ଭଗବାନ ଓ କନ୍ୟା ବିନୋଦିନୀଙ୍କୁ ବିବାହ ବନ୍ଦାପନା କାର୍ୟ୍ୟ ତୁଲାଇବା ବେଳେ କନ୍ୟା ପିତା ରୁଠି ବରିହା କନ୍ୟା ସମର୍ପଣ କରିଥିଲେ । ଜିଲ୍ଲା ବିଞ୍ଝାଲ ସମାଜ ତରଫରୁ ବରକନ୍ୟାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବା ପାଇଁ ମାଁ ବିନ୍ଧ୍ୟବାସିନୀ ଠାରେ ପ୍ରାର୍ଥନା କରିବା ସହ ଆର୍ଶିବାଦ ପ୍ରଦାନ କରାଯାଇଥିଲା । ଜିଲ୍ଲା ବିଞ୍ଝାଲ ସମାଜର ଉଦ୍ୟମରେ ବିନା ଯୈତୁକରେ ଏକ ଆଦର୍ଶ ବିବାହ କାର୍ୟ୍ୟ ସମାପନ କରି ଥିବାରୁ ଜିଲ୍ଲା ବିଞ୍ଝାଲ ସମାଜର ଏପରି କାର୍ୟ୍ୟକୁ ବିଭିନ୍ନ ମହଲ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.