oom

ବଲାଙ୍ଗିରରେ ରାଷ୍ଟ୍ରୀୟ ଲୋକ ଅଦାଲତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜଜ୍‌ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ଦାଶ, ଫେମିଲି କୋର୍ଟ ଜଜ୍‌ ପ୍ରଶାନ୍ତ ନାୟକ, ଭିଜିଲାନ୍ସ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ଜଜ୍‌ (ପ୍ରଥମ) ଦେବାଶିଷ ରାଉତ, ଅତିରିକ୍ତ ଜିଲ୍ଲା ଜଜ୍‌ (ଦ୍ୱିତୀୟ) ପ୍ରଜ୍ଞାପାରମିତା ରାଉଳ, ମୁଖ୍ୟ ବିଚାର ବିଭାଗୀୟ ଜଜ୍‌ ଅଭିଳାଷ ସେନାପତି, ରେଜିଷ୍ଟ୍ରାର, ସିଭିଲ କୋର୍ଟ ଅମିତ କୁମାର ବାରି, ସିଭିଲ ଜଜ୍‌ (ବରିଷ୍ଠ) ସସ୍ମିତା ନନ୍ଦିନୀ ତ୍ରିପାଠୀ, ଅତିରିକ୍ତ ସିଭିଲ ଜଜ୍‌ ସୀମା ତ୍ରିପାଠୀ, ଏସ୍‌ଡିଜେଏମ୍‌ କୈଳାଶ ସାହୁ, ସିଭିଲ ଜଜ୍‌ (କନିଷ୍ଠ) ସସ୍ମିତା ସେଠୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଜଜ୍‌ ସୌରଭ ଶର୍ମା ଏବଂ ଅବିନାଶ ନନ୍ଦ, ସ୍ପେଶାଲ ଜିଡ଼ିସିଆଲ ଜଜ୍‌ ମାଜିଷ୍ଟ୍ରେଟ୍‌ ରମେଶ ଚନ୍ଦ୍ର ରାୟଗୁରୁ ଉପସ୍ଥିତ ରହିଥିବା ବେଳେ ଏହାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବାଶିଷ ଦାଶ ପରିଚାଳନା କରିଥିଲେ । ତେବେ ଏହି ଲୋକ ଅଦାଲତରେ ଦେୱାନୀ ମୋକଦ୍ଦମା ୨୭ଟି ଫଇସଲା ହୋଇ ୫୦ ହଜାର ଟଙ୍କାର ଆପୋଷ ସମାଧାନ ହୋଇଥିଲା । ୧୨ଟି ବ୍ୟାଙ୍କ ମୋକଦ୍ଦମା ଫଇସାଲା ହୋଇ ୩୦ ଲକ୍ଷ ୨୫ ହଜାର ୪୩୩ ଟଙ୍କା ସମାଧାନ ହୋଇଥିଲା । ୮୧ଟି ଫୌଜଦାରୀ ମୋକଦ୍ଦମା ଫଇସଲା ହୋଇଥିବା ବେଳେ ୩୦ ହଜାର ଟଙ୍କାର ସମାଧାନ ହୋଇଥିଲା । ୧୧ଟି ଏମ୍‌ଏସିଟି ମୋକଦ୍ଦମା ଫଇସଲା ହୋଇ ୭୮,୮୫,୦୦୦ ଅର୍ଥ ରାଶିର ସମାଧାନ ହୋଇଥିବା ବେଳେ ୫ଟି ପାରିବାରିକ ମିଳାମିଶା ମଧ୍ୟ ହୋଇଥିଲା । ୫୯ଟି ପ୍ରାକ୍‌ ମୋକଦ୍ଦମା ୧୦୦୩୩୬୨ ଟଙ୍କାର ସମାଧାନ ହୋଇଥିବା କୁହାଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ରଜନୀକାନ୍ତ ରଥ, ସୁବ୍ରତ ନେପାକ, ନିରଂଜନ ନାୟକ, ମନୋଜ ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.