oom

ଅବ୍ୟବସ୍ଥା ଘେରରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହର ଠାରୁ ୧୭ କିଲୋମିଟର ପାହାଡ଼ ପର୍ବତ ଘେରା ପାଦଦେଶରେ ବୁକୁରୁମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥିତ । ସମୟ ଥିଲା ଏଇ ଅଞ୍ଚଳରେ ରହି ଅନେକ ଡାକ୍ତର, ନର୍ସ, ଅନ୍ୟାନ୍ୟ କର୍ମଚାରୀ ମାନେ ଏଠାକାର ଅସହାୟ ଗରିବ ନିରିହ ଲୋକଙ୍କୁ ସୁଚାରୁ ରୂପେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ । ହେଲେ ଆଜି କର୍ମଚାରୀ ଅଭାବ କାରଣରୁ ଏକ ପ୍ରକାରର ଶ୍ରୀହୀନ ହୋଇଯାଇଛି ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରତି ପାଞ୍ଚ ବର୍ଷରେ ଥରେ ଦୁଇଥର କର୍ମଚାରୀ ଅଭାବ ତଥା ଅନ୍ୟାନ୍ୟ ଅସୁବିଧା ସକାଶେ ବିଭିନ୍ନ ରାଜନୈତିକ ଦଳ ଏହାର ଫାଇଦା ମଧ୍ୟ ଉଠାଇଥାନ୍ତି । ହେଲେ ସେ ସବୁ ପାଣି ଫୋଟକା ଭଳି ମିଳାଇଯାଏ । ହେଲେ ଏ ପରିପ୍ରେକ୍ଷୀରେ ଏଠାକାର ବୀର ସାବରକର ଯୁବକ ସଂଘ, ବୁକୁରାମୁଣ୍ଡା ପକ୍ଷରୁ ଶ୍ରୀହୀନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁଚାରୁ ରୂପେ ସଜାଡିବାକୁ ଉଦ୍ୟମ ଜାରି କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ସରକାରୀ ତଥ୍ୟନୁଯାୟୀ ସମୁଦାୟ ୨୩ ଗୋଟି ପଦବୀ ମଧ୍ୟରୁ ୬ଜଣ ଡାକ୍ତର, ୨ଜଣ ଆଟେନ୍‌ଡେ଼ନ୍‌ଟ୍‌, ଜଣେ ଷ୍ଟାଫ୍ ନର୍ସ ଏମିତି ୧୫ ଗୋଟି ପଦବୀ ଖାଲି ପଡ଼ିଛି । ଏଇଠି ହାସ୍ୟସ୍ପଦର ବିଷୟ ଏହି କି, ଜିଲ୍ଲାରେ ଥିବା ଅନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବାଦଦେଲେ ଏଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଉଧାରୀ ଭାବେ ଷ୍ଟାଫ୍ ଅନ୍ୟତ୍ର ନିଆଯାଇଥାଏ । ୮ ଜଣ କର୍ମଚାରୀଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି । ଏପଟେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ଲୋକେ ଭୟଭୀତ ହେବା ସହ ଆତଙ୍କିତ, କିନ୍ତୁ ପ୍ରଚାର ଓ ପ୍ରସାର ଜିରୋ । ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେଇ ଅତିଶୀଘ୍ର ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଚାଳନା ସହ ଆବଶ୍ୟକତା ଅନୁସାରେ ଖାଲି ପଡିରହିଥିବା ପଦବୀ ପୂରଣ କରିବାକୁ ଯୁବକ ସଂଘ ପକ୍ଷରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ, ବରଗଡ଼ ମୁଖ୍ୟ ଚିକିତ୍ସାଧିକାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓଡ଼ିଶା ସରକାର, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଯଦି ଏ ପ୍ରତି ଧ୍ୟାନ ଦିଆନଯାଏ, ତେବେ ଯୁବକ ସଂଘ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

jittmm
Leave A Reply

Your email address will not be published.