pr

ବରଗଡ ଜିଲ୍ଲା ଓଡିଶା ଅବିଭାବକ ମହାସଙ୍ଘ ତରଫରୁ ସାଧାରଣ ବୈଠକ

dr. purohit

ବରଗଡ଼, (ଗୋପୀନାଥ ସାହୁ) : ଆଜି ପୂର୍ବାହ୍ନରେ ଓଡିଶା ଅଭିଭାବକ ମହାସଙ୍ଘ ବରଗଡ ଜିଲ୍ଲା ତରଫରୁ ଏକ ସାଧାରଣ ବୈଠକ ଆଇନଜୀବୀ ବିମଳ ଦାସଙ୍କ ଅଧ୍ୟକ୍ଷତାରେ ବରଗଡ ଜିଲ୍ଲା ନ୍ୟାୟପାଳିକା ସମ୍ମୁଖରେ ବସିଥିଲା । ଏହି ବୈଠକରେ ଜିଲ୍ଲାର ଅଭିଭାବକ ମହାସଙ୍ଘ କିପରି ଆଗାମୀ ଦିନରେ ସମସ୍ତ ଅଭିଭାବକଙ୍କ ସ୍ୱରକୁ ରାଜ୍ୟସ୍ତରରେ ପହଁଚାଇବ, ସେଥି ନିମନ୍ତେ ଅନେକ ଆଲୋଚନା ହେବା ସହ ବିଭିନ୍ନ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ବ୍ୟାପକ ରୂପେ ହେଉଥିବା ଦୂର୍ନୀତି ବିଷୟରେ ଆଲୋଚନା ହେବା ସଂଗେ ସଂଗେ ତାକୁ କିପରି ଆଗାମୀ ଦିନରେ ଅଭିଭାବକ ମହାସଙ୍ଘ ରୋକିବ ସେଥିପାଇଁ ଏକ କମିଟି ଗଠନ କରାଯିବ ବୋଲି ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ସୁକୁମାର ସାହୁ, ଆଇନଜୀବୀ ମହେଶ୍ୱର ପାଣ୍ତେ , ସୁଜିତ ମିଶ୍ର, ଏମ.ଡି. ନିଜାମ, ସୁଶାନ୍ତ ହୋତା, ସାମ୍ବାଦିକ ଗୋପୀନାଥ ସାହୁ, ଆଇନଜୀବୀ ଆଶୁତୋଷ ରଥ, ରମାକାନ୍ତ ସାହୁ, ଅନ୍ତର୍ଯ୍ୟାମୀ ସେଠୀ ପ୍ରମୁଖ ଜିଲ୍ଲାର ବରିଷ୍ଠ ସଚେତନ ଅଭିଭାବକ ଯୋଗ ଦେଇଥିଲେ ।

nrusinghnath
Leave A Reply

Your email address will not be published.