oum

ବିଜେପୁର ପେକ୍ସ ପିଅନ ସୂର୍ଯ୍ୟମଣିଙ୍କ ହତ୍ୟା ଘଟଣା : ୨୪ ଘଣ୍ଟା ଭିତରେ ଧରାପଡିଲେ ୨ ଅଭିଯୁକ୍ତ

jsm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୂର୍ଯ୍ୟମଣିଙ୍କୁ କେମିତି କଲେ ଆକ୍ରମଣ ? କଣ ଥିଲା ଆକ୍ରମଣର କାରଣ ? କେଉଁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କଲେ ହତ୍ୟାକାରୀମାନେ ? ଏସବୁର ଗୁମର ଫିଟୁଛି ଏବେ । ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରି ଟିଟିଲାଗଡ଼ ପୋଲିସ ତନ୍ନ ତନ୍ନ କରି ଖୋଳତାଡ଼ ଆରମ୍ଭ କରିଛି । ଘଟଣାର ୨୪ ଘଣ୍ଟା ନପୂରୁଣୁ ଟିଟିଲାଗଡ଼ ପୋଲିସ ବିଜେପୁର ପେକ୍ସ ପିଅନ ସୂର୍ଯ୍ୟମଣିଙ୍କ ହତ୍ୟାକାରୀଙ୍କୁ କାବୁ କରି ସିନ୍‌ ରିକ୍ରିଏସନ୍‌ କରିବାରେ ସଫଳ ହୋଇଛି । ଗତ ରାତିରେ ଏ ସଂକ୍ରାନ୍ତରେ ଟିଟିଲାଗଡ଼ ଥାନାରେ ଅଭିଯୋଗ ହେବା ପରେ ଆଇଆଇସି ଅବନୀ ସାହୁଙ୍କ ନେତୃତ୍ୱରେ ତନାଘନ ତଦନ୍ତ ଅରମ୍ଭ ହୋଇଥିବା ବେଳେ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁଇ ଅଭିଯୁକ୍ତ ଗିରଫ୍‌ । ଅଭିଯୁକ୍ତ ମାନେ ହେଲେ ଶରତ ପଟେଲ୍‌ ଓ ଅଶୋକ ହର୍‌ପଲ୍‌ । ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଜେପୁର ପେକ୍ସରେ ପିଅନ କାମ କରୁଥିବା ଥୁବୁଡ଼ିଙ୍ଗ୍‌ ଗାଁର ସୂର୍ଯ୍ୟମଣି ମାଝୀ(୩୮)ଙ୍କୁ ହତ୍ୟା କରାଯାଇଥିବା ଗତ ରାତିରେ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଅନ୍ୟ ଦିନ ପରି ଗତକାଲି ମଧ୍ୟ ବିଜେପୁର ପେକ୍ସରେ କାମ ସାରି ସୂର୍ଯ୍ୟମଣି ନିଜ ମୋଟର ସାଇକେଲ୍‌ ସାହାର୍ଯ୍ୟରେ ମଧ୍ୟାହ୍ନ ଭୋଜନ ପାଇଁ ଯାଉଥିବା ବେଳେ ଘୁଘୁରପଲା ଗାଁକୁ ଯିବା ବାଟରେ ରହିଥିବା ଏକ ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଅତର୍କିତ ଭାବେ କୌଣସି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପ୍ରଚଣ୍ଡ ଆକ୍ରମଣରେ ଚେତାଶୂନ୍ୟ ହୋଇ ଘଟଣାସ୍ଥଳରେ ପଡ଼ି ରହିଥିଲେ ସୂର୍ଯ୍ୟମଣି । କୌଣସି ସୂତ୍ରରୁ ଖବର ପାଇ ସୂର୍ଯ୍ୟମଣିଙ୍କ ବଡ଼ ଭଉଣୀ ପଦ୍ମାବତୀ ମାଝୀ ମୁମୁର୍ଷୁ ଅବସ୍ଥାରେ ନିଜ ଭାଇଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଆଡ଼୍‌ମିଟ୍‌ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୂର୍ଯ୍ୟମଣିଙ୍କ ମୃତ୍ୟୁ ଘଟିଥିଲା । ଏ ସଂକ୍ରାନ୍ତରେ ମୃତକ ସୂର୍ଯ୍ୟମଣିଙ୍କ ବଡ଼ ଭଉଣୀ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ । ତେବେ ଟିଟିଲାଗଡ଼ ଆଇଆଇସି ଅବନୀ ସାହୁଙ୍କ ଏହି ଘଟଣାରେ ତୁରନ୍ତ ପଦଖେପକୁ ଟିଟିଲାଗଡ଼ବାସୀ ପ୍ରଶଂସା କରୁଥିବା ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.