om academy

ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଶା ଚୟନରେ ଦୁର୍ନୀତି ଅଭିଯୋଗ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ କିଛି ଦିନ ତଳେ ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀନରେ କିଛି ଆଶା ପଦବୀ ଚୟନ ପାଇଁ ଦରଖାସ୍ତ ପକାଯାଇଥିଲା । ହେଲେ ଚୟନ ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ବଲାଙ୍ଗିର ସ୍ୱେଛାସେବୀ ସଂଗଠନର ସଦସ୍ୟ ଗୋବିନ୍ଦ ଶତପଥୀ, ଅଜୟ କୁମାର ନାଗ, ପ୍ରଭାତ କୁମାର ମହାନନ୍ଦ, ସନ୍ତୋଷ ପଟ୍ଟନାୟକ, ଶିବ ପ୍ରସାଦ ନାଗ, ଲିଙ୍କନ ସେଠ୍ ଓ ମନୋଜ ବାରିକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଭୀମ ସାହୁଙ୍କୁ ସାକ୍ଷାତ କରି ଏକ ତଦନ୍ତ କରିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି । ୬ଦିନ ମଧ୍ୟରେ ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି । ଯଦି ଏହି ୬ଦିନ ମଧ୍ୟରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହୁଏ ଆମ୍ଭେ ବଲାଙ୍ଗିର ସ୍ୱେଛାସେବୀ ସଂଗଠନ ଆନ୍ଦୋଳନର ପ୍ରନ୍ଥା ଗ୍ରହଣ କରିବୁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.