jayashree

ତେନ୍ତୁଳିଖୁଣ୍ଟି ଖରଡିଆମୁଣ୍ଡା ମାଟି ଉନ୍ନତି କରଣରେ ଅନିୟମିତତା ଅଭିଯୋଗ : କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଳା ଆଗଲପୁର ବ୍ଳକ ନଅଗାଁ(ଖ) ପଂଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ଖରଡିଆମୁଣ୍ଡା ମାଟି ଉନ୍ନତି କରଣରେ ଅନିୟମିତତା ଅଭିଯୋଗ ପୋଖରୀର ଉନ୍ନତିକରଣ ନିମନ୍ତେ ମନରେଗା ଯୋଜନାରେ ଗତ ୨୦୧୭-୧୮ ବର୍ଷରେ ପଂଚାୟତ ତରଫରୁ ମାଟିକାମ କରାଯାଇଥିଲା । ଅଭିଯୋଗ ଅନୁସାରେ ବ୍ୟୟ ଅଟକଳ ଥିଲା ୧୦ ଲକ୍ଷ ଟଙ୍କା । ହେଲେ ମାଟି କାମ ଆଖି ଦୃଶିଆ ହୋଇ ନ ଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ପାଣି ରହୁ ନ ଥିବା ସ୍ଥାନରେ ପାହାଚ ନିର୍ମାଣ କରାଯାଇ ଥିବାରୁ ସେତେବେଳେ ମାଟି କାମ ଅଧିକ କରି ପାହାଚ ନିର୍ମାଣ କରାଯାଉ ବୋଲି ଗ୍ରାମବାସୀ ଗାଁ ସାଥୀ ସଂଯୁକ୍ତା ବିଶ୍ଵାଳଙ୍କୁ ଅନୁରୋଧ କରିଥିଲେ । ହେଲେ ଲୋକଙ୍କ କଥାକୁ ଗାଁ ସାଥୀ ଭୃକ୍ଷେପ ନ କରି ନିଜ ହିସାବରେ କାମ କରି ଚାଲିଥିଲେ । ଗ୍ରାମର ଜଣେ ଜବକାର୍ଡ ଧାରୀ ଶ୍ରମିକ ମାଟିକାମ ନ କରି ସୁଦ୍ଧା ତାଙ୍କ ବ୍ୟାଙ୍କ ଜମାଖାତାରେ କିପରି ୪୮୦୦ ଟଙ୍କା ମାଟିକାମ ବାବଦରେ ଜମା ହେଲା ଓ ପରେ ଗାଁ ସାଥୀ ସଂଯୁକ୍ତା ବିଶ୍ଵାଳ କେଉଁ ଆଧାରରେ ଉକ୍ତ ୪୮୦୦ ଟଙ୍କା ମାଗି ନେଇଥିଲେ, ତାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଆଗଲପୁର ବିଡ଼ିଓ ଏବଂ ବଲାଙ୍ଗିର ଜିଲ୍ଲାପାଳଙ୍କଠାରେ ଅନୁରୋଧ କରିଥିଲେ । ଏସବୁ ସମସ୍ୟାର ତଦନ୍ତ ନିମନ୍ତେ ଆଜି ଜିଲ୍ଳା ପ୍ରକଳ୍ପ ଅଧିକାରୀ ସୁଶାନ୍ତ ସିଂ କ୍ଷେତ୍ର୍ ପରିଦର୍ଶନରେ ଆସିଥିଲେ । ଲୋକଙ୍କ କାର୍ଯ୍ୟରେ ବ୍ୟବହୃତ ହେଉ ନଥିବା ନବନିର୍ମିତ ପାହାଚ ସବୁ ବୁଲି ଦେଖିଥିଲେ । ଗ୍ରାମବାସୀ ଓ ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ମାଟି କାମର ମାପ ନିଆଯାଇଥିଲା । ତେବେ କାର୍ଯ୍ୟରେ ବିଳମ୍ବ ହେଉଥିବା ନେଇ ପିଡ଼ି ଅସନ୍ତୋଷ ପ୍ରକାଶ କରିଥିଲେ ।

Leave A Reply

Your email address will not be published.