ପଣ୍ଡରାପିଟା ଗାଁରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ପଣ୍ଡରାପିଟା ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ପଣ୍ଡରାପିଟା ଗାଁର ମୁଖ୍ୟ ବସ୍ତିରୁ ମୃତଦେହଟିକୁ ବଲାଙ୍ଗିର ସଦର ଥାନା ପୋଲିସ ଉଦ୍ଧାର କରିଥିବା ବେଳେ ଏହି ଘଟଣାକୁ ନେଇ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି ସଦର ଥାନା ପୋଲିସ । ତେବେ ମୃତ ଯୁବକ ଜଣକ ଭାସ୍କର ତାଣ୍ଡି ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରକୃତ କାରଣ ଜଣାପଡିନାହିଁ । ମୃତଦେହକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ଆଣାଯାଇଛି । ଅଟକ ଯୁବକ ଜଣକ ସେହି ଗାଁର ପ୍ରେମରାଜ ପୋଢ଼ ବୋଲି ଜଣାପଡିଛି ।

Leave A Reply

Your email address will not be published.