jsm

ଜୁରାବନ୍ଦ ପଞ୍ଚାୟତରେ ଗାଁ ସାଥୀ ଚୟନରେ ଅନିୟମିତତା ନେଇ ବିଡିଓଙ୍କଠାରେ ଗ୍ରାମବାସୀଙ୍କ ଅଭିଯୋଗ

csstore

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଡୁକେରଚଚରା ଗ୍ରାମବାସୀ ଗାଁ ସାଥୀ ଚୟନରେ ଅନିୟମିତତା ହୋଇଥିବା ନେଇ ସଇଁତଲା ବିଡିଓଙ୍କଠାରେ ଅଭିଯୋଗ କରିଛନ୍ତି । ଗତ ୨୦୧୬ ମସିହାରେ ଅନିୟମିତତା ପୂର୍ବକ, ଗ୍ରାମବାସୀଙ୍କ ବିନା ଜାଣତରେ ଓ ବିନା ପଲ୍ଲୀସଭାରେ ଗାଁର ଅର୍ଜୁନ ବାରିକଙ୍କୁ ଗାଁ ସାଥୀ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଯଦି ପ୍ରଶାସନ ତଦନ୍ତ ବିଳମ୍ବ କଲେ ଆଗାମୀ ଦିନରେ ପଞ୍ଚାୟତରେ ତାଲା ଦେଇ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛନ୍ତି । ଏ ନେଇ କିଛିଦିନ ତଳେ ଗାଁରେ ଏକ ସଭା କରାଯାଇଥିଲା । ଅନିୟମିତତା ପୂର୍ବକ ଗାଁ ସାଥୀ ଚୟନ କରାଯାଇଥିବା ନେଇ ସଭାରେ ଗାଁ ଲୋକେ ଆଲୋଚନା କରିଥିବା ଜଣାପଡିଛି । ଏହି ସମସ୍ୟା ନେଇ ଗାଁର ବଳଭଦ୍ର ତାଣ୍ତି, ରୁଦ୍ରଧର ରାଜପଲିଆ, ଛୁନୁ ତାଣ୍ତି, ଚକ୍ର ପୋଢ, ଭାଗବତ ବାଗ, ପବିତ୍ର ନାଗ, ସର୍ଦ୍ଦାର ବାଗ, ରାଇଚନ ବାଗ, ସତ୍ୟବସନ୍ତ ତାଣ୍ତିଙ୍କ ସମେତ ଗ୍ରାମବାସୀମାନେ ସଇଁତଲା ବିଡିଓଙ୍କ ଅନୁପସ୍ଥିତିରେ ବରିଷ୍ଠ କିରାଣୀ ଗଣେଶରାମ ବେହେରାଙ୍କୁ ଭେଟି ଲିଖିତ ଭାବରେ ଦାବୀପତ୍ର ପ୍ରଦାନ କରିଛନ୍ତି ।

yuvodaya
Leave A Reply

Your email address will not be published.