pr

ଆଜି ସୁସ୍ଥ ହେଲେ ୬୮୧ ଜଣ

dr. purohit

ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ରାଜ୍ୟରୁ ଆଉ ୬୮୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ସରକାରୀ ସୂତ୍ରରୁ ସୂଚନା ଦିଆଯାଇଛି । ତେବେ ଏ ମଧ୍ୟରେ କଟକରୁ ୯୧, ଗଜପତିରୁ ୮୮, କୋରାପୁଟରୁ ୬୬, ଖୋର୍ଦ୍ଧାରୁ ୬୧, ରାୟଗଡ଼ାରୁ ୫୭, ଗଂଜାମରୁ ୪୩, ସୁନ୍ଦରଗଡ଼ରୁ ୩୨, ନୟାଗଡ଼ରୁ ୩୦, ସୋନପୁରରୁ ୨୫, କନ୍ଧମାଳରୁ ୨୦, ଢେଙ୍କାନାଳରୁ ୧୮, କେଉଁଝରରୁ ୧୮, ଭଦ୍ରକରୁ ୧୬, ସମ୍ବଲପୁରରୁ ୧୫, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୪, ଦେବଗଡ଼ରୁ ୧୩, ମୟୁରଭଂଜ ଓ ପୁରୀରୁ ୧୦ ଲେଖାଏଁ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୭ ଲେଖାଏଁ, ବଲାଙ୍ଗିରରୁ ୬, ଅନୁଗୁଳ, ବାଲେଶ୍ୱର ଓ ମାଲକାନଗିରିରୁ ୫ ଲେଖାଏଁ, କେନ୍ଦ୍ରାପଡ଼ାରୁ ୪ ଓ ବୌଦ୍ଧରୁ ଜଣେ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୧,୯୫୪ରେ ପହଂଚିଥିବା ଜଣାପଡ଼ିଛି ।

nrusinghnath
Leave A Reply

Your email address will not be published.