ପାରିବାରିକ କଳହ : ଧର୍ମପତ୍ନୀ ଓ କନ୍ୟାକୁ ବିଷ ପିଆଇ ନିଜେ ପିଇଲେ, ୩ ଆରପାରିରେ

ବରଗଡ଼, (ଗୋପୀନାଥ ସାହୁ) : ପାରିବାରିକ କଳହକୁ କେନ୍ଦ୍ର କରି ଘଟିଛି ଏକ ଅଭାବନୀୟ ଘଟଣା । ବିଜେପୁର ବ୍ଲକ୍‌ ବେନିଆଚାଲ୍‌ ଗାଁର ରଥ ମହାନନ୍ଦ (୪୫) ଚାରୋଟି କନ୍ୟା ସନ୍ତାନର ପିତା । ତେବେ ବଡ଼ ଝିଅକୁ ବାହା ଦେଇ ସାରିଛନ୍ତି । ଶ୍ୱଶୁର ଘରେ ମନାନ୍ତର ଯୋଗୁଁ ଝିଅ ଆସି ବାପଘରେ ଥିଲା । ନୂଆଁଖାଇ ଉଦ୍ଦେଶ୍ୟରେ ଶ୍ୱଶୁର ଘର ଲୋକେ ଗତ ଶନିବାର ଦିନ ତାକୁ ନେବାକୁ ଆସିଥିବା ବେଳେ ଦୁଇ ପକ୍ଷ ଭିତରେ ଯୁକ୍ତିତର୍କ ହୋଇଥିଲା ଏବଂ ବୋହୂକୁ ସାଙ୍ଗରେ ନ ନେଇ ସେମାନେ ଫେରି ଯାଇଥିଲେ । ତା’ପରେ ରଥ ମହାନନ୍ଦ ନିଜ ଧର୍ମପତ୍ନୀ କୁମୁଦିନୀ ଏବଂ ସାନ ଝିଅ କବିତାକୁ ବିଷ ପିଆଇ ନିଜେ ପିଇ ଦେଇଥିଲେ । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ବିଜେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସାନଝିଅ ଆଖି ବୁଜିଥିôଲା । ରଥ ଓ ସ୍ତ୍ରୀ କୁମୁଦିନୀଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ନୂଆଁଖାଇ ଭଳି ଏକ ଉଲ୍ଲାସ ସମୟରେ ଏଭଳି ଘଟଣା ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଉକ୍ତ ଘଟଣା ପରେ ରଥ ମହାନନ୍ଦଙ୍କ ଅନ୍ୟ ଝିଅମାନେ ନିରାଶ୍ରୟ ହୋଇଯାଇଛନ୍ତି ।

Leave A Reply

Your email address will not be published.