କେବଳ ବିଧି ରକ୍ଷା ପାଇଁ ଘରେ ଘରେ ପାଳିତ ହୋଇଛି ନୂଆଁଖାଇ

ସମ୍ବଲପୁର, (ଦାମୋଦର ପଣ୍ଡା) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏଥର କରୋନା କଟକଣା ଯୋଗୁଁ କେବଳ ବିଧି ରକ୍ଷା ପାଇଁ ଘରେ ଘରେ ପାଳିତ ହୋଇଛି । ସମଲେଶ୍ଵରୀ ମନ୍ଦିରରେ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ସବୁଠୁ ବେଶୀ ପ୍ରବ।ଭିତ ହୋଇଛି ସାଂସ୍କୃତିକ କାର୍ୟ୍ୟକ୍ରମ ଭେଟଘାଟ । ଦିନତମାମ୍ ମନ୍ଦିର ପରିସରରେ କବିତା ପାଠ ପ୍ରତିଯୋଗିତା, ସନ୍ଧ୍ୟାରେ ନାଚଗୀତ, ସେହିପରି ଝାଡୁଆପଡ।, ନନ୍ଦପଡାଠାରେ ବହୁବର୍ଷରୁ ପାଳିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ହୋଇ ପାରି ନଥିଲା । ସମଗ୍ର ସହର ସନ୍ଧ୍ୟା ବେଳେ ଶୁନଶାନ୍ ଥିଲା, ଯାହା ପ୍ରଥମ ବୋଲି କୁହାଯାଇପାରେ ।
ସବୁଠୁ ବେଶୀ ନିରାଶ ହୋଇଛନ୍ତି ଲୋକ କଳାକାର । ଓଡ଼ିଶା ତଥା ଭାରତର ବିଭନ୍ନ ସହରରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗେଲୁର୍ ଆଦି ସ୍ଥାନରେ ଡିସେମ୍ବର ଯାଏ ଭେଟ୍ଘାଟ କାର୍ୟ୍ୟକ୍ରମରେ ସାମିଲ୍ ହେବା ସହ ଭଲ ରୋଜଗର ମଧ୍ୟ ହୋଇଥାଏ । ଚଳିତ ବର୍ଷ ଯାହାର ସମ୍ଭାବନା ହିଁ ନାହି।
କଳା ସଙ୍ଗଠକ ଆଲୋକ ପଣ୍ଡା କହିଛନ୍ତି । ଭେଟଘାଟ କାର୍ଯ୍ୟକ୍ରମଗୁଡ଼ିକ ହୋଇ ନ ପାରିବାରୁ ଦଶ ହଜାର କଳାକାର ଦୁଃଖିତ ଥିବା ବେଳେ ଆର୍ଥିକ କ୍ଷତି ସହିଛନ୍ତି ।
ଏ ସବୁ ସତ୍ବେ ମୁମ୍ବାଇ ପଶ୍ଚିମ ଓଡ଼ିଶା ପରିବାର ପକ୍ଷୁରୁ ଚାରି ଘଣ୍ଟା ଧରି ଲାଇଭ କାର୍ୟ୍ୟକ୍ରମରେ ରେଡ଼ିଓ ହୀରାଖଣ୍ଡର ପିଙ୍କି ପ୍ରଧାନଙ୍କ ସଂଯୋଜନାରେ କବି ଦାମୋଦର ପଣ୍ଡା, ପ୍ରୀତିନନ୍ଦା ପାଣିଗ୍ରାହି, ବାବଲୁ ବାଗ୍, ଲଳିତ ମୋହନ ବେବର୍ତ୍ତା ସମ୍ବଲପୁରୀ କବିତା ପାଠ କରିଥିଲେ, ଆଲୋକ ପଣ୍ଡା ଓ ଦଳ ଲୋକନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ବଲାଙ୍ଗୀର, ଭୁବନେଶ୍ୱର ସମେତ ଦୁବାଇର କବି କଳାକାର ସାମିଲ ଥିଲେ, ଯାହା କିଛିଟା ଆଶ୍ୱାସନା ବୋଲି କୁହାଯାଇପାରେ।
ସେହିପରି ଅଗଷ୍ଟ ୩୦ ତାରିଖ ଦିନ ବଂଗଲୁରରେ ହେବ ଗ୍ଲୋବାଲ ନୂଆଁଖାଇ ଭେଟଘାଟ ।

Leave A Reply

Your email address will not be published.