
ତେହରାନ : ଇରାନର କେରମାନ ସହରରେ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣରେ ବୁଧବାର ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଇରାନର ଦିବଂଗତ ସାମରିକ ନେତା ମେଜର ଜେନେରାଲ କାସିମ୍ ସୁଲେମାନିଙ୍କ ଶ୍ରଦ୍ଧାଞ୍ଜଳି ସଭା ନିମନ୍ତେ ସାଧାରଣ ଲୋକେ ଏକାଠି ହୋଇଥିବା ବେଳେ ସେଠାରେ ବିସ୍ଫୋରଣ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ ମୁତାବକ ଲୋକଙ୍କ ଭିଡ ମଧ୍ୟରେ ଅଳ୍ପ ସମୟର ବ୍ୟବଧାନରେ ଦୁଇଟି ବିସ୍ଫୋରଣ ଘଟିଥିଲା । ସୁଲେମାନି ୨୦୨୦ରେ ଇରାକର ବାଗଦାଦରେ ଆମେରିକାର ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଥିଲେ ।