ଆମେରିକା ଦେଲା ଚୀନକୁ ବଡ ଝଟକା : ସାଓମୀ ସମେତ ୯ କମ୍ପାନୀକୁ ବ୍ଲାକ୍‌ ଲିଷ୍ଟେଡ୍‌ କଲା

ୱାଶିଂଟନ୍‌, ଆମେରିକାର ପ୍ରତିରକ୍ଷା ବିଭାଗ ଗୁରୁବାର ଚୀନ୍‌ ସେନା ସହିତ ଜଡ଼ିତ ଥିବା ୯ଟି ଚାଇନିଜ୍‌ କମ୍ପାନୀକୁ ବ୍ଲାକ୍‌ ଲିଷ୍ଟ୍‌ କରିଛି । ଚୀନ୍‌ ସେନା ଦ୍ୱାରା ପରିଚାଳିତ କୁହାଯାଉଥିବା ଫୋନ୍‌ ନିର୍ମାତା କମ୍ପାନୀ ସାଓମିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି ।
ଜୁନ୍‌ ୨୦୨୦ରେ ପ୍ରତିରକ୍ଷା ବିଭାଗ ଆମେରିକା କଂଗ୍ରେସକୁ ଏହି କମ୍ପାନୀ ଗୁଡ଼ିକର ତାଲିକା ପ୍ରଦାନ କରିଥିଲେ । ଏହି ସମସ୍ତ କମ୍ପାନୀ ଚୀନ୍‌ ସେନା ସହ ସାମିଲ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଚୀନର ୪୦ଟି କମ୍ପାନୀକୁ ଆମେରିକା ବ୍ଲାକ୍‌ ଲିଷ୍ଟ୍‌ କରିସାରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.