pr

ଟ୍ୱିଟର ଭୁଲକୁ ସଂଶୋଧନ କଲା : ଜାମ୍ମୁ କାଶ୍ମୀରକୁ ଏକ ପୃଥକ ଦେଶ ଭାବରେ ଏବଂ ଲେହକୁ ଚାଇନାର ଏକ ଅଂଶ ଭାବରେ ଦର୍ଶାଉଥିବା ମାନଚିତ୍ରକୁ ଅପସାରଣ କଲା

dr. purohit

ନୂଆଦିଲ୍ଲୀ : ଭୁଲକୁ ସଂଶୋଧନ କରି ସୋସିଆଲ୍ ନେଟୱାର୍କିଂ ସାଇଟ୍ ଟ୍ୱିଟର ଜାମ୍ମୁ କାଶ୍ମୀରକୁ ଏକ ପୃଥକ ଦେଶ ଏବଂ ଲେହ-ଲଦାଖକୁ ଚାଇନାର ଅଂଶ ଭାବରେ ଦର୍ଶାଇଥିବା ମାନଚିତ୍ରକୁ ୱେବସାଇଟରୁ ହଟାଇ ଦେଇଛି । ବାସ୍ତବରେ ସୋମବାର ସକାଳେ ଏକ ମାନଚିତ୍ର ଟ୍ୱିଟର ୱେବସାଇଟରେ ଦେଖା ଦେଇଥିଲା, ଯେଉଁଥିରେ କାଶ୍ମୀରକୁ ଏକ ଅଲଗା ଦେଶ ଏବଂ ଲଦାଖ ଚୀନର ଏକ ଅଂଶ ଭାବରେ ଦର୍ଶାଯାଇଥିଲା । କିନ୍ତୁ, ରାତି ଶେଷ ସୁଦ୍ଧା ଟ୍ୱିଟର ନିଜର ଭୁଲକୁ ସଂଶୋଧନ କରି ମାନଚିତ୍ରକୁ ନିଜ ୱେବସାଇଟରୁ ହଟାଇ ଦେଇଛି ।

ଉଲ୍ଲେଖନୀୟ କଥା ହେଉଛି, ଏହା ପ୍ରଥମ ଥର ନୁହେଁ ଯେ ଟ୍ୱିଟର ଭାରତର ମାନଚିତ୍ରକୁ ଭୁଲ ଭାବରେ ଉପସ୍ଥାପନ କରିଛି । ଏହାପୂର୍ବରୁ ଟ୍ୱିଟର ଏହି ଭୁଲ କରିଛି ଏବଂ ଟ୍ୱିଟରକୁ ଭାରତ ସରକାର ମଧ୍ୟ ଆଇନ ବଳୟକୁ ଟାଣି ନେଇଥିଲେ। ଯେତେବେଳେ ପ୍ରଥମ ଥର ପାଇଁ ଭୁଲ୍ ସଂଶୋଧନ କରିବାକୁ ଭାରତ ପକ୍ଷରୁ ଟ୍ୱିଟରକୁ କୁହାଗଲା, ଟ୍ୱିଟର ପ୍ରାୟ ୧୫ ଦିନ ସମୟ ନେଇଥିଲା । କିନ୍ତୁ ଏଥର ଟ୍ୱିଟର ଗୋଟିଏ ଦିନ ମଧ୍ୟରେ ନିଜ ଭୁଲକୁ ସଂଶୋଧନ କରିଛି । ପୂର୍ବରୁ ନଭେମ୍ବର ୨୦୨୦ରେ ଟ୍ୱିଟର ଏଭଳି ସମାନ ଭୁଲ କରିଥିଲା ।

nrusinghnath
Leave A Reply

Your email address will not be published.