ଦିଲ୍ଲୀ ଶାସନ ଆକ୍ଟକୁ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ବୋଲି କହିଲେ ମମତା : କେଜ୍ରିୱାଲଙ୍କୁ ସମର୍ଥନ ପତ୍ର ପଠାଇଲେ

ନୂଆଦିଲ୍ଲୀ : ଦିଲ୍ଲୀ ଶାସନ ଅଧିନିୟମରେ ସଂଶୋଧନ ବିଲ୍‌ ବିରୋଧରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଏକ ଚିଠି ଲେଖି ନିଜର ସମର୍ଥନ ଜଣାଇଛନ୍ତି । ଏହି ଚିଠିରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲେଖିଛନ୍ତି ଯେ ‘ତୁମର ସଂଗ୍ରାମ ମୋର ସଂଗ୍ରାମ’ । ଏହି ଚିଠିରେ ସେ ବିଜେପି କେନ୍ଦ୍ର ସରକାର ଆଣିଥିବା ଦିଲ୍ଲୀ ସରକାର ସଂଶୋଧନ ବିଲ୍‌କୁ ଭାରତର ଗଣତନ୍ତ୍ରର ସଂଘୀୟ ଢାଂଚା ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ବୋଲି ବର୍ଣ୍ଣନା କରିଛନ୍ତି ।

ମମତା ବାନାର୍ଜୀ ଚିଠିରେ ଲେଖିଛନ୍ତି- ‘ମୁଁ ଏବଂ ମୋର ଦଳ ତୃଣମୂଳ କଂଗ୍ରେସ ଆପଣଙ୍କ ସହ ଏକମତ । ଚତୁରତା, ନିନ୍ଦନୀୟ, ଅଗଣତାନ୍ତ୍ରିକ ତଥା ଅସାମ୍ବିଧାନିକ ପଦକ୍ଷେପ ନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ କ୍ଷମତାକୁ କେନ୍ଦ୍ର ସରକାର ନିକଟରେ ହ୍ରାସ କରି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧୀନକୁ ଆଣିଛନ୍ତି । ମମତା ବାନାର୍ଜୀ ଏହି ପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

Leave A Reply

Your email address will not be published.