ନୂଆଦିଲ୍ଲୀ : ତିନୋଟି କୃଷି ନିୟମକୁ ବିରୋଧ କରୁଥିବା ୪୦ ରୁ ଅଧିକ କୃଷକ ସଂଗଠନ ଡାକରା ଦେଇଥିବା ତିନି ଘଣ୍ଟିଆ ‘ଚକ୍କା ଜାମ’ ଶେଷ ହୋଇ ଯାଇଛି । ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଚକ୍କା ଜାମ ଡ଼ାକରା ଦିଆଯାଇ ନଥିଲା ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ରାଜଧାନୀ ଦିଲ୍ଲୀର ସହିଦ ପାର୍କ ନିକଟରେ ହୋଇଥିବା ବିରୋଧ ସମୟରେ ପ୍ରାୟ ୫୦ ଜଣଙ୍କୁ ଅଟକ ରଖାଯାଇଛି । ଏଥି ସହିତ ଚକ୍କା ଜାମକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋର ଦଶଟି ମେଟ୍ରୋ ଷ୍ଟେସନର କବାଟ ବନ୍ଦ କରି ଦିଆ ଯାଇଥିଲା ।
ଏହି ଅବରୋଧର ସବୁଠାରୁ ବଡ ପ୍ରଭାବ ହରିୟାଣା ଏବଂ ପଞ୍ଜାବରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ଅଧିକାଂଶ ରାଜ୍ୟ ତଥା ଜାତୀୟ ରାଜପଥ ବନ୍ଦ ରହିଥିଲା ।
୨୬ ଜାନୁଆରୀରେ ଟ୍ରାକ୍ଟର ପରେଡ ପରେ ଏହା କୃଷକ ସଂଗଠନର ପ୍ରଥମ ପ୍ରମୁଖ ପ୍ରଦର୍ଶନ ଥିଲା ।
କୃଷକ ସଂଗଠନ ଏବଂ ସରକାରଙ୍କ ସହ ୧୧ ରାଉଣ୍ଡ ଆଲୋଚନା ପରେ ଆଲୋଚନା ପଣ୍ଣ୍ଡ ହୋଇଛି ଏବଂ ଏହି ତିନୋଟି ନିୟମକୁ ନେଇ ଟଣା ଓଟରା ଲାଗି ରହିଛି ।