ଗୁପ୍ତଚର ଏଜେନ୍ସିର ବଡ ସଫଳତା : ଖଲିସ୍ତାନୀ ଆତଙ୍କବାଦୀ ସୁଖ ବିକ୍ରିୱାଲକୁ ଦୁବାଇରୁ ପଠାଯାଇଥିଲା

ନୂଆଦି‌ଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଧରିବାରେ ନିୟୋଜିତ ସୁରକ୍ଷା ଏଜେନ୍ସିମାନେ ବଡ଼ ସଫଳତା ହାସଲ କରିଛନ୍ତି । ପଞ୍ଜାବର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ଏବଂ ଖଲିସ୍ତାନୀ ଆତଙ୍କବାଦୀ ସୁଖ ବିକ୍‌ରିୱାଲକୁ ଭାରତ ଗୁରୁବାର ଦିନ ଦୁବାଇରୁ ଭାରତ ପଠାଯାଇଥିବା ଜଣାପଡ଼ିଛି ।

ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ସୁଖ ବିକ୍‌ରିୱାଲ ପଞ୍ଜାବରେ ଟାର୍ଗେଟ କରୁଥିଲେ । ପଞ୍ଜାବର ଶୌର୍ୟ୍ୟ ଚକ୍ର ବିଜେତା ବଲୱିନ୍ଦର ସନ୍ଧୁଙ୍କ ହତ୍ୟାରେ ମଧ୍ୟ ସୁଖ ବିକ୍‌ରିୱାଲ ସମ୍ପୃକ୍ତ ଥିଲା । ଏହା ବ୍ୟତୀତ ପଞ୍ଜାବର ନବାରେ ଘଟିଥିବା ଜେଲ ବ୍ରେକ୍ ଘଟଣାରେ ସୁଖ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା ।

ବର୍ତ୍ତମାନ ସୁଖ ବିକରିୱାଲ ଭାରତୀୟ ଏଜେନ୍ସିଙ୍କ ହାତକୁ ଯାଇଥିବାରୁ ତାଙ୍କୁ ପଚରା ଉଚରା କରାଯିବ । ଆହୁରି ମଧ୍ୟ, ପଂଜାବରେ ଖଲିସ୍ତାନୀ ଲିଙ୍କ ଏବଂ ଅନ୍ୟାନ୍ୟ ଟାର୍ଗେଟ ହତ୍ୟାକାଣ୍ଡ ସମ୍ବନ୍ଧୀୟ ପ୍ରମୁଖ ସୁରାକ୍‌ର ପ‌ର୍ଦ୍ଦାଫାଶ ହୋଇପାରେ ବୋଲି ବି‌ଶ୍ୱାସ କରାଯାଉଛି ।

Leave A Reply

Your email address will not be published.