ରୋବୋଟ୍‌ କଲା କ୍ୟାନ୍‌ସର୍‌ ସର୍ଜରୀ : ଶୀଘ୍ର ସୁସ୍ଥ ହେଲେ ରୋଗୀ

ନୂଆଦିଲ୍ଲୀ : ଏକ ରୋବୋଟ ଡାକ୍ତରଙ୍କ ତିନୋଟି ଟିମ୍‌ ସହ ମିଶି କ୍ୟାନ୍‌ସର ରୋଗୀଙ୍କ ସର୍ଜରୀ କରିଛି । ଜଣେ କ୍ୟାନ୍‌ସର୍‌ ରୋଗୀଙ୍କ ଏହିଭଳି ରୋବୋଟ ସହାୟତାରେ ସର୍ଜରୀ ଏହା ପ୍ରଥମ । ସୂଚନା ଅନୁସାରେ ଏହି ନିଆରା ପ୍ରୟୋଗ ଫଳରେ ରୋଗୀଙ୍କ ସୁସ୍ଥତା ଏକର ତୃତୀୟାଂଶ ସମୟ ସୀମା ଭିତରେ ପ୍ରାପ୍ତ ହୋଇଛି । ତେବେ ବ୍ରିଟେନ୍‌ର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବାର ନୋର୍‌ଫୋକ୍‌ ଏଣ୍ଡ୍‌ ନାରୱିଚ୍‌ ୟୁନିଭର୍‌ସିଟି ହସ୍‌ପିଟାଲ୍‌ର ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ ଯେ, ସର୍ଜରୀର ତିନୋଟି ଷ୍ଟେଜ୍‌ ଏକା ଥରକୁ ପୂରା କରାଯିବ । ଏଥିପାଇଁ ଡାକ୍ତରମାନଙ୍କ ତିନୋଟି ଟିମ୍‌ ଏବଂ ରୋବୋଟ ଏକ ସମୟରେ ସର୍ଜରୀ ପ୍ରକ୍ରିୟା ଆରମ୍ଭ କଲେ । ଡେଲି ମେଲ୍‌ର ପ୍ରକାଶିତ ରିପୋର୍ଟ ଅନୁସାରେ, ଡାକ୍ତରମାନେ ଏଡ୍‌ଭାନ୍ସ ରେକ୍ଟଲ କ୍ୟାନ୍‌ସରରେ ପୀଡ଼ିତ ୫୩ ବର୍ଷୀୟ ରୋଗୀଙ୍କ ସର୍ଜରୀରେ ଯେଉଁ ରୋବୋଟକୁ ଲଗାଇଥିଲେ, ତାହାର ନାମ ‘ଦା ଭିନ୍‌ସି ସି’ । ରୋବୋଟକୁ ଚାରି ହାତରେ ସର୍ଜିକାଲ ଇନ୍‌ଷ୍ଟ୍ରୁମେଣ୍ଟ ଦିଆ ଯାଇଥିଲା ଏବଂ ଡାକ୍ତରମାନେ ଏହାକୁ ଜାୟଷ୍ଟିକ୍‌ ଓ ଥ୍ରିଡ଼ି ସ୍କ୍ରିନ୍‌ ମାଧ୍ୟମରେ କଂଟ୍ରୋଲ କଲେ । ତେବେ ଏହି ରୋବୋଟ୍‌ର ମୂଲ୍ୟ ୯.୫ କୋଟି ଟଙ୍କା ବୋଲି କୁହାଯାଇଛି ।

Leave A Reply

Your email address will not be published.