ସଂକ୍ରମଣର ସୁନାମି : ଦିଲ୍ଲୀରେ ଲକଡାଉନ୍ ଲାଗୁ ହେବା ମାତ୍ରେ ଘରମୁହାଁ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବର୍ତ୍ତମାନ ଭାରତରେ ସୁନାମି ରୂପ ନେଇଛି । ଏହାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ଚାରିଆଡେ ଦେଖାଯାଉଛି । ଅନେକାଂଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭାଙ୍ଗି ପଡ଼ିଛି । ଏହି ସମୟରେ ପରୋକ୍ଷ ପ୍ରଭାବ ଦେଖିବାକୁ ମିଳିଛି ମେଟ୍ରୋ ସହର ଏବଂ ମେଟ୍ରୋ ଷ୍ଟେସନରେ, ଯେଉଁଠାରେ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଘରମୁହାଁ । ଏଥର ପ୍ରବାସୀ ଶ୍ରମିକମାନେ ଅବସ୍ଥା ଖରାପ ହେବାକୁ ଅପେକ୍ଷା କରିନାହାଁନ୍ତି । ବରଂ ନିଜ ନିଜ ବାସସ୍ଥଳିରେ ତାଲା ପକାଇ ନିଜ ଗ୍ରାମକୁ ଯିବାକୁ ପାଦ କାଢ଼ିଛ‌ନ୍ତି। ଏସବୁ ମଧ୍ୟରେ ଗତ ସୋମବାର ରାତି ୧୦ଟାରୁ ପରବର୍ତ୍ତୀ ସୋମବାର ସକାଳ ୫ ଟା ପର୍ୟ୍ୟନ୍ତ ଦିଲ୍ଲୀରେ ଲକଡାଉନ୍ ଲାଗୁ କରାଯାଇଛି । ଅନ୍ୟପକ୍ଷରେ ଆଜିଠାରୁ ଉତ୍ତରପ୍ରଦେଶର ପାଞ୍ଚଟି ସହରରେ ଲକଡାଉନ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ରାଜ୍ୟ ସରକାର ଏହାକୁ ଲାଗୁ କରିବାକୁ ମନା କରି ଦେଇଛନ୍ତି । ଲୋକଙ୍କ ଜୀବିକା ସମ୍ପର୍କରେ ଉତ୍ତରପ୍ରଦେଶ ସରକାର କୋର୍ଟଙ୍କୁ କହିଛନ୍ତି ଯେ, ଲକଡାଉନ୍ ସମ୍ଭବ ନୁହେଁ । ଏହି ଯନ୍ତ୍ରଣାଦାୟକ ରିପୋର୍ଟଗୁଡିକ ମଧ୍ୟରେ ସାମାନ୍ୟ ଆରାମ ମିଳିପାରେ ଯେ ବର୍ତ୍ତମାନ ଦେଶରେ ଟିକା ପାଇଁ ବୟସ ସୀମା ୧୮ ବର୍ଷକୁ ହ୍ରାସ କରାଯାଇଛି । ମେ’ ୧ ରୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଆଣ୍ଟି-କରୋନା ଟିକା ଦିଆଯିବ ।

Leave A Reply

Your email address will not be published.