ସଂଗୀତର ଯାଦୁକର କେକେଙ୍କୁ ଆଜି ଦିଆଯିବ ଶେଷ ବିଦାୟ

ମୁମ୍ବାଇ : ଆଜି ସଂଗୀତର ଯାଦୁଗର କେକେଙ୍କୁ ଅନ୍ତିମ ବିଦାୟ ଦିଆଯିବ । ଆଜି ମୁମ୍ବାଇର ଆନ୍ଧେରି ଭର୍ସୋଦାଠାରେ ତାଙ୍କ ଶବଦାହ କରାଯିବ । ଭର୍ସୋଦା ପାର୍କ ପ୍ଲାଜାରେ ଗାୟକ କୃଷ୍ଣକୁମାର (କେକେ)ଙ୍କ ଶେଷ ଦର୍ଶନ କରାଯାଇପାରିବ । ଗାୟକ ତଥା ସଂଗୀତକାର କୃଷ୍ଣକୁମାର କୁନ୍ନାଥ କେକେଙ୍କ ଦେହାନ୍ତ ହେତୁ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି । କୋଲକାତାରେ ଲାଇଭ୍ ପ୍ରଦର୍ଶନ ପରେ ୫୩ ବର୍ଷିୟା ପ୍ରସିଦ୍ଧ ଗାୟକଙ୍କ ଦେହାନ୍ତ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଗାୟକ କେକେ ଲାଇଭ୍ ପ୍ରଦର୍ଶନ କରୁଥିଲେ । ଲାଇଭ୍ ପ୍ରଦର୍ଶନ ସମୟରେ ସେ ଅସୁସ୍ଥତା ଅନୁଭବ କରୁଥିବା କୁହାଯାଉଛି । ହୋଟେଲରେ ପହଞ୍ଚିବା ମାତ୍ରେ ସେ ନିଜ କୋଠରୀର ଖଟ ଉପରେ ପଡ଼ିଯାଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଏଭଳି ପରଲୋକ ସମଗ୍ର ଦେଶକୁ ନିରାଶ କରି ଦେଇଥିଲା ।

Leave A Reply

Your email address will not be published.