centurian jitm

୧.୫ ଲକ୍ଷ ଡାକଘର ନେଟ୍ୱର୍କ ସହିତ ଡାକ ବିଭାଗ ଦେଶର ପ୍ରତ୍ୟେକ ନାଗରିକଙ୍କୁ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମରେ ସାମିଲ କରୁଛି

nschool
  • ଡାକ ବିଭାଗ ୧୦ ଦିନର ସ୍ୱଳ୍ପ ଅବଧି ସମୟରେ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି
  • ୪.୨ ଲକ୍ଷ ଡାକ କର୍ମଚାରୀ ଦେଶର କୋଣ ଅନୁକୋଣରେ “ହର ଘର ତ୍ରିରଙ୍ଗା” ବାର୍ତ୍ତାକୁ ଅତି ଉତ୍ସାହର ସହିତ ପ୍ରଚାର କରିଛନ୍ତି

ଦିଲ୍ଲୀ, (ପିଆଇବି) : ଡାକ ବିଭାଗ ନିଜର ୧.୫ ଲକ୍ଷ ଡାକ ଘରର ସର୍ବବ୍ୟାପୀ ନେଟ୍ୱର୍କ ସହିତ ଦେଶର ପ୍ରତ୍ୟେକ ନାଗରିକଙ୍କୁ “ହର ଘର ତ୍ରିରଙ୍ଗା” (ଘରେ ଘରେ ତିରଙ୍ଗା) କାର୍ଯ୍ୟକ୍ରମରେ ସାମିଲ କରୁଛି । ୧୦ ଦିନର ଏହି ସ୍ୱଳ୍ପ ଅବଧି ସମୟରେ ଡାକ ବିଭାଗ ଲୋକମାନଙ୍କୁ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି । ଏହି ଜାତୀୟ ପତାକାକୁ ବିଭାଗ ଦ୍ୱାରା ମାତ୍ର ୨୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି । ଅନ୍ ଲାଇନ୍ରେ ଡାକ ବିଭାଗ ସାରା ଦେଶରେ କୌଣସି ବି ଠିକଣାରେ ଏହାକୁ ଡେଲିଭରି ଦେୟ ନ ନେଇ ସିଧାସଳଖ ପହଂଚାଇଛି । ଇ – ପୋଷ୍ଟ ଅଫିସ୍ (ଇ – ଡାକ ଘର) ସୁବିଧା ମାଧ୍ୟମରେ ଲୋକମାନେ ଅନ୍ଲାଇନ୍ରେ ୧.୭୫ ଲକ୍ଷରୁ ଅଧିକ ପତାକା କ୍ରୟ କରିଛନ୍ତି ।

୪.୨ ଲକ୍ଷ ଦୃଢ଼ ଡାକ କର୍ମଚାରୀମାନେ ଦେଶର କୋଣ ଅନୁକୋଣରେ ଅର୍ଥାତ୍ ସହର ଗୁଡିକରେ, ନଗର ଗୁଡିକରେ, ଗ୍ରାମ ଗୁଡିକରେ, ସୀମାବର୍ତୀ କ୍ଷେତ୍ରରେ, ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲା ଗୁଡିକରେ ଏବଂ ପାହାଡ ଏବଂ ଜନଜାତୀୟ ଅଂଚଳ ଗୁଡିକରେ “ହର ଘର ତ୍ରିରଙ୍ଗା” ବାର୍ତ୍ତାକୁ ଅତି ଉତ୍ସାହର ସହିତ ପ୍ରଚାର କରିଛନ୍ତି ।

ପ୍ରଭାତ ଫେରି, ମୋଟର ସାଇକେଲ୍ ରାଲି, ଚୌପାଲ ସଭା (ଗାଁ ସଭା) ଗୁଡିକ ମାଧ୍ୟରେ, ଭାରତୀୟ ଡାକ ସମାଜର ସମସ୍ତ ବର୍ଗ ମଧ୍ୟରେ “ହର ଘର ତ୍ରିରଙ୍ଗା”ର ବାର୍ତ୍ତାକୁ ପହଂଚାଇଛି । ଡିଜିଟାଲ୍ ରୂପରେ ଯୋଡି ହୋଇଥିବା ଲୋକମାନଙ୍କ ମଧ୍ୟରେ ଏହି ବାର୍ତ୍ତାକୁ ବ୍ୟାପକ କରିବା ନିମନ୍ତେ ଟ୍ୱିଟର ଏବଂ ଫେiþaêକ୍ ଭଳି ସାମାଜିକ ମାଧ୍ୟମକୁ ଉପକରଣ ଭାବରେ ବ୍ୟାପକ ରୂପରେ ବ୍ୟବହାର କରା ଯାଇଛି ।

ଡାକଘର ଗୁଡିକ ମାଧ୍ୟମରେ ଜାତୀୟ ପତାକାର ବିକ୍ରି ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି । ନାଗରିକମାନେ ନିକଟତମ ଡାକଘର ଗୁଡିକୁ ଯାଇ ଏହାକୁ କ୍ରୟ କରି ପାରିବେ କିମ୍ବା ଇ – ଡାକ ଘର (epostoffice. gov. in) ମାଧ୍ୟମରେ ନିଜର ଜାତୀୟ ପତାକାକୁ କ୍ରୟ କରି ପାରିବେ ଏବଂ “ହର ଘର ତ୍ରିରଙ୍ଗା” ଅଭିଯାନର ଅଂଶ ବିଶେଷ ହୋଇ ପାରିବେ । ନାଗରିକମାନେ ପତାକା ସହିତ ନିଜର ଏକ ସେଲ୍ଫି ନେଇ ପାରିବେ ଏବଂ ତାହାକୁ www.harghartiranga.com ରେ ଅପଲୋଡ୍ କରି ପାରିବେ ଏବଂ ନୂତନ ଭାରତର ସବୁଠାରୁ ବଡ ଉତ୍ସବରେ ନିଜର ଭାଗୀଦାରୀତାକୁ ପ୍ରଦର୍ଶନ କରିପାରିବେ ।

Leave A Reply

Your email address will not be published.