om academy

ଆଜି ମଧ୍ୟ ଭାରତର ଏହି ଗାଁରେ ବହୁ ସଂଖ୍ୟକ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି, ବୈଜ୍ଞାନିକମାନେ ବି ଏହାର କାରଣ ଜାଣି ନାହାଁନ୍ତି

jsm

ନୂଆଦି‌ଲ୍ଲୀ : ଆଜିର ଆଧୁନିକ ସମୟରେ ମଧ୍ୟ ଦୁନିଆରେ ଅନେକ ଅଜବ ସ୍ଥାନ ବିଦ୍ୟମାନ, ଯାହା ରହସ୍ୟ ଭିତରେ ଛ‌ନ୍ଦି ହୋଇ ରହିଛି । ଏହି ପର୍ୟ୍ୟାୟରେ, ଏପରି ଏକ ଗାଁ ବିଷୟରେ ଜାଣିବା, ଯେଉଁଠାରେ ଯାଆଁଳା ଶିଶୁ ଅଧିକ ଜନ୍ମ ହୁଅନ୍ତି । ଆଶ୍ଚର୍ୟ୍ୟର କଥା, ଆଜି ପର୍ୟ୍ୟନ୍ତ କେହି ଏହି ରହସ୍ୟକୁ ଭେଦ କରି ପାରିନାହାଁନ୍ତି ।

ଆମ ଦେଶ ଭାରତର କେରଳ ରାଜ୍ୟର ଏକ ଗାଁ, ଯେଉଁଠାରେ ବହୁ ସଂଖ୍ୟକ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି । ଏହି ଗାଁଟି ‘ଟ୍ୱିନ୍ସ ଗାଁ’ ବା ‘ଟ୍ୱିନ୍ସ୍‌ ଟାଉନ୍’ ଭାବରେ ଜଣାଶୁଣା । କୁହାଯାଏ, ଏଠାରେ ସର୍ବାଧିକ ସଂଖ୍ୟକ ଯାଆଁଳା ଶିଶୁ ଜନ୍ମ ହୋଇଛ‌ନ୍ତି ।

କେରଳର ମାଲାପୁରାମ ଜିଲ୍ଲାର କୋଡିନ୍‌ହି ଗ୍ରାମରେ ଜନ୍ମ ହୋଇଥିବା ଅଧିକାଂଶ ପିଲା ଯାଆଁଳା ଶିଶୁ ଅଟନ୍ତି । ଏହି ଗ୍ରାମରେ ବର୍ତ୍ତମାନ ପର୍ୟ୍ୟନ୍ତ କେତେ ସୀତା-ଗୀତା, ରାମ-ଶ୍ୟାମ ଭଳି ନାମ ଧାରକ ଶିଶୁ ଜନ୍ମ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ସମଗ୍ର ବିଶ୍ୱରେ ୧୦୦୦ ପିଲାଙ୍କ ମଧ୍ୟରେ ୪ ଯାଆଁଳା ଶିଶୁ ଜନ୍ମ ହୁଅ‌ନ୍ତି, କିନ୍ତୁ ଏହି ରହସ୍ୟମୟ ଗାଁରେ ୧୦୦୦ ପିଲାଙ୍କ ଭିତରେ ୪୫ ଯାଆଁଳା ପିଲା ଜନ୍ମ ହୋଇଥା‌ନ୍ତି ।

ଜାଣି ଆଶ୍ଚର୍ୟ୍ୟ ହେବାକୁ ପଡେ଼ ଯେ, ବର୍ତ୍ତମାନ କେରଳର ଏହି ଗାଁରେ ପ୍ରାୟ ୩୫୦ ଯାଆଁଳା ଯୋଡ଼ି ଅଛନ୍ତି, ଯେଉଁଥିରେ ନବଜାତ ଶିଶୁ ଠୁ ନେଇ ୬୫ ବର୍ଷ ବୟ‌ସ୍କ ପର୍ୟ୍ୟନ୍ତ ଅଛନ୍ତି । ଯଦି ବର୍ତ୍ତମାନ ଏହାର ରେକର୍ଡ ବିଷୟରେ କୁହାଯିବ, ତେବେ ଏହି ଗାଁର ସ୍ଥାନ ଦୁନିଆରେ ଦ୍ୱିତୀୟରେ ଅଛି, କିନ୍ତୁ ଏସିଆରେ ପ୍ରଥମ ସ୍ଥାନରେ ଅଛି । ସୂଚନାଯୋଗ୍ୟ ଯେ, ଏ କ୍ଷେତ୍ରରେ ଦୁନିଆର ପ୍ରଥମ ସ୍ଥାନରେ ଅଛି ନାଇଜେରିଆର ଇଗବୋ-ଓରା, ଯେଉଁଠାରେ ୧୦୦୦ ପିଲାଙ୍କ ମଧ୍ୟରେ ୧୪୫ ଯାଆଁଳା ଶିଶୁ ଜନ୍ମହୁଅ‌ନ୍ତି ।

କେରଳର କୋଡିନ୍‌ହି ଗ୍ରାମ ହେଉଛି ପ୍ରାୟ ୨୦୦୦ ଜନସଂଖ୍ୟା ବିଶିଷ୍ଟ ଏକ ମୁସଲମାନ ସଂଖ୍ୟାଗରିଷ୍ଠ ଗ୍ରାମ । ଏହି ଗାଁରେ ଘର, ବିଦ୍ୟାଳୟ, ବଜାର ସବୁଆଡେ ସମାନ ମୁହଁଥିବା ଅନେକଙ୍କୁ ଦେଖିହୁଏ । ବୈଜ୍ଞାନିକମାନେ ଏହି ଲୋକମାନଙ୍କର ଜେନେଟିକ୍ ଯୋଗୁଁ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି ବୋଲି କୁହ‌ନ୍ତି ।

Leave A Reply

Your email address will not be published.