pr

ବଢ଼ୁଛି କରୋନା ସଂକ୍ରମଣ : ହରିୟାଣାର ୪ ଜିଲ୍ଲାରେ ମାସ୍କ ନ ପିନ୍ଧିଲେ ଜରିମାନା, ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

dr. purohit

ନୂଆଦିଲ୍ଲୀ : ଦେଶର ଅନେକ ରାଜ୍ୟରେ ପୁଣି କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ମଧ୍ୟ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି । ରାଜ୍ୟର ଚାରୋଟି ଜିଲ୍ଲାରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହରିୟାଣାର ଏନସିଆର ସଂଲଗ୍ନ ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଏବଂ ଝଜ୍‌ଜର ଚାରିଟି ଜିଲ୍ଲାରେ ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ ସେମାନଙ୍କୁ ଜୋରିମାନା ଦେବାକୁ ହେବ ବୋଲି ଘୋଷଣା କରାଯାଇଛି ।

ସେ କହିଛନ୍ତି ଯେ, ରାଜ୍ୟରେ ଦେଖା ଦେଇଥିବା ୨୩୮ଟି କରୋନା ସଂକ୍ରମଣ ମଧ୍ୟରୁ ୧୯୮ଟି ଗୁରୁଗ୍ରାମ ଏବଂ ପ୍ରାୟ ୨୨ ଟି ମାମଲା ଫରିଦାବାଦର ରହିଛି । ସେ କହିଛନ୍ତି ଯେ କରୋନାର ବଢ଼ୁଥିବା ମାମଲାର ଅନୁଧ୍ୟାନ କରିବା ପାଇଁ ତାଙ୍କୁ ଏକ ଦଳ ସହ ଗୁରୁଗ୍ରାମକୁ ପଠା ଯାଇଥିଲା । ଗୁରୁଗ୍ରାମରେ କାହିଁକି ମାମଲା ବଢ଼ୁଛି, ଏହି ଦଳ ଅଧ୍ୟୟନ କରିଛି ।

nrusinghnath
Leave A Reply

Your email address will not be published.