ଇସଲାମୀୟ ଆତଙ୍କବାଦୀଙ୍କ ନର୍ସରୀ ପାଲଟୁଛି ଫ୍ରାନ୍ସ, ନିଜ ଦେଶକୁ ଘୃଣା କରିବା ପାଇଁ ଶିକ୍ଷା ଦିଆଯାଉଛି : ଇମାନୁଏଲ୍ ମାକ୍ରୋନ୍

ପ୍ୟାରିସ୍ : ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଚେତାବନୀ ଦେଇଛନ୍ତି ଯେ ଦେଶର ଅନେକ ସ୍ଥାନରେ ‘ଆତଙ୍କବାଦୀଙ୍କ ନର୍ସରୀ’ ଚାଲିଛି । ମାକ୍ରୋନ୍ ଦାବୀ କରିଛନ୍ତି ଯେ ଆତଙ୍କବାଦୀଙ୍କ ନର୍ସରୀରେ ପିଲାମାନଙ୍କୁ ଇସଲାମୀୟ ଉପାୟରେ ନିଜ ଦେଶକୁ ଘୃଣା କରିବାକୁ ଶିକ୍ଷା ଦିଆଯାଉଛି । ଫ୍ରାନ୍ସର ରାଷ୍ଟ୍ରପତି ଏହି ସମୟରେ ‘ଇସଲାମିକ ବିଚ୍ଛିନ୍ନତାବାଦ’ ପ୍ରସଙ୍ଗ ଉଠାଇଛନ୍ତି, ଯେତେବେଳେ ସମଗ୍ର ଦେଶ ଅତୀତର ଆତଙ୍କବାଦୀ ଆକ୍ରମଣରେ କ୍ରୋଧିତ ।

ଫାଇନାନ୍ସିଆଲ୍ ଟାଇମ୍ସକୁ ଲେଖିଥିବା ଏକ ପତ୍ରରେ ମାକ୍ରୋନ୍ କହିଛନ୍ତି ଯେ ଫ୍ରାନ୍ସର ଶିକ୍ଷକ ସାମୁଏଲ୍ ପାଟିଙ୍କୁ ‘ଇସଲାମର ବିକୃତ ରୂପ’ ନାମରେ ଘୃଣା ପ୍ରଚାରିତ କରୁଥିବା କୁହାଯାଇ ତା‌ଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ଏହି ନିର୍ଦ୍ଦୟ ହତ୍ୟାକାଣ୍ଡ ଘଟାଇଥିବା ଚେକ୍ନିଆର ନାଗରିକଙ୍କୁ ପରେ ପୋଲିସ ହତ୍ୟା କରିଥିଲା । ମାକ୍ରୋନ୍ କହିଛନ୍ତି ଯେ ମୁସଲମାନ ପିଲାମାନେ ଅନଲାଇନ୍ ରେଡିକାଲ୍ ଇସଲାମ ଶିକ୍ଷାର ଶିକାର ହେଉଛନ୍ତି ।

Leave A Reply

Your email address will not be published.