ହାଥ୍‌ରସ୍‌ ମାମଲାରେ କେବଳ ପୁଲିସ ଉପରେ ଏକ୍ସନ, ଡିଏମ୍‌ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୂନ୍‌ : ଆଇପିଏସ୍‌ ଏସୋସିଏସନ୍‌ ଅସନ୍ତୋଷ

ଲଖ୍‌ନଉ : ହାଥ୍‌ରସ୍‌ ମାମଲାରେ କେବଳ ପୁଲିସ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଡିଏମ୍‌ଙ୍କ ଉପରେ ଏକ୍ସନ ଶୂନ୍‌ ରହିଥିବା ବେଳେ ଆଇପିଏସ୍‌ ଏସୋସିଏସନ୍‌ ଅସନ୍ତୋଷ ପ୍ରକାଶ କରିଛି । ଏସୋସିଏସନ୍‌ ପକ୍ଷରୁ କୁହାଯାଇଛି ଯେ, ଯଦି ଏସ୍‌ପି.ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତେବେ ଡିଏମ୍‌ଙ୍କ ଉପରେ କାହିଁକି ନୁହେଁ? କେବଳ ସରକାରଙ୍କ ପକ୍ଷରୁ ଏକତରଫା ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏସୋସିଏସନ୍‌ ଏହା ବି କୁହାଯାଇଛି ଯେ, ଜିଲ୍ଲା ପ୍ରଶାସକ ଏଥିରେ ମୁଖ୍ୟ ଦାୟୀ ରହିବା ଉଚିତ, କିନ୍ତୁ କେବଳ ପୁଲିସ ପ୍ରଶାସନକୁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏକତରଫା ନିଶ୍ଚୟ ।

Leave A Reply

Your email address will not be published.