om academy

କରୋନା ଟୀକା କୋଭାକ୍ସିନକୁ ମିଳିଲା ସବୁଜ ସଙ୍କେତ

jsm

ନୂଆଦିଲ୍ଲୀ : କରୋନା ଟୀକା କୋଭାକ୍ସିନକୁ ତୃତୀୟ ପର୍ଯ୍ୟାୟ କ୍ଳିନିକାଲ୍‌ ଟ୍ରାଏଲ୍‌ର ଲାଗି ଅନୁମତି ମିଳିଲା । ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ସହଯୋଗରେ ଏହି ଟୀକା ପ୍ରସ୍ତୁତ କରୁଥିବା ହାଇଦ୍ରାବାଦର ଭାରତୀୟ ବାୟୋଟେକ୍‌କୁ ତୃତୀୟ ପର୍ଯ୍ୟୟ ପରୀକ୍ଷଣ ପାଇଁ ଅନୁମତି ଡ୍ରଗସ୍‌ କଣ୍ଟ୍ରୋଲ ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ପ୍ରଦାନ କରିଛି । ଏନେଇ କମ୍ପାନୀ ଗତ ୨ ତାରିଖରେ ଡିସିଜିଆଇ ପାଖରେ ଆବେଦନ କରିଥିଲା । ଏହି କମ୍ପାନୀ ଦେଶର ୧୦ଟି ରାଜ୍ୟର ୧୯ଟି ସ୍ଥାନରେ ୧୮ ବର୍ଷରୁ ଅଧିକ ୨୮,୫୦୦ ବ୍ୟକ୍ତିଙ୍କ ଠାରେ ଏହି ଟୀକାର ପରୀକ୍ଷଣ କରିବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.