oum

ପୁଣି ଦେଶରେ ତେଜୁଛି କରୋନା ସଂକ୍ରମଣ : ବେହାଲ୍‌ ଜନଜୀବନ

jsm

ନୂଆଦିଲ୍ଲୀ : ପୁଣି ଦେଶରେ ତେଜୁଛି କରୋନା ସଂକ୍ରମଣ । ବେହାଲ୍‌ ହେଲାଣି ଜନଜୀବନ । ଦେଶରେ କରୋନା ସଂକ୍ରମଣର ଏକ୍‌ଟିଭ୍‌ ସଂଖ୍ୟା ଲଗାତାର ୬ ଦିନ ଧରି କମ୍‌ ରହିଥିଲେ ବି ଆଜି ପୁଣି ତେଜିଥିବାର ଲକ୍ଷ୍ୟ କରାଯାଉଛି । ଗତ ୨୪ ଘଂଟାରେ କରୋନାରେ ସୁସ୍ଥ ହେବାର ଲୋକଙ୍କ ସଂଖ୍ୟା କମ୍‌ ରହିଛି ଏବଂ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବେଶୀ ଅଛି । ଏହାର କାରଣ ହେଲା କରୋନା ସଂକ୍ରମଣର ଏକ୍‌ଟିଭ୍‌ ସଂଖ୍ୟା ତେଜିବାରେ ଲାଗିଛି । ଅବଶ୍ୟ ଏହା ବି ସତ ଯେ, ଦେଶରେ କରୋନା ଟେଷ୍ଟକୁ ବଢ଼ାଇ ଦିଆଯଇଥିବା କାରଣରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ।


କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ସକାଳୁ ଜାରି କରାଯାଇଥିବା ଆକଳନ ଅନୁସାରେ ଗତ ୨୪ ଘଂଟାରେ ଅର୍ଥାତ୍‌ ଗୁରୁବାର ଦିନ ସକାଳ ୮ରୁ ଶୁକ୍ରବାର ଦିନ ସକାଳ ୮ଟା ଭିତରେ ଦେଶରେ ୮୬,୦୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮,୧୮,୫୭୦ରେ ପହଂଚିଛି । ଜଣାପଡ଼ିଛି ଯେ, ଗତ ୨୪ ଘଂଟାରେ ୮୧,୧୧୭ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୪୭,୫୬,୧୬୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୮୧.୭୪ରେ ପହଂଚି ଯାଇଛି । ଅବଶ୍ୟ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ୯.୭୦ ଲକ୍ଷରେ ପହଂଚି ଯାଇଛି ।

Leave A Reply

Your email address will not be published.