ଗତ ୨୪ ଘଂଟାରେ ଦେଶରେ ୯୬୪୨୪ ଆକ୍ରାନ୍ତ : ୧୧୭୪ ମୃତ

ନୂଆଦିଲ୍ଲୀ : କରୋନାର ଆତଙ୍କ ଜାରି ରହିଛି । ନେତା, ଡାକ୍ତର, ପୁଲିସ ସବୁ ବିଭାଗକୁ ବସ୍ତାରିତ ହୋଇ ସାରିଲାଣି । ଗତ ୨୪ ଘଂଟାରେ କରୋନା ସଂକ୍ରମଣରେ ଦେଶରେ ୯୬୪୨୪ ଆକ୍ରାନ୍ତ ହୋଇଥିବା ବେଳେ ୧୧୭୪ ପ୍ରାଣ ହରାଇଛନ୍ତି । ଦେଶରେ ୫୨ ଲକ୍ଷରୁ ଅଧିକ ଲୋକ କରୋନାର ଅଂଧାର ବଳୟକୁ ଆସି ସାରିଛନ୍ତି । ୮୪ ହଜାରରୁ ଅଧିକ ଲୋକଙ୍କ ଜୀବନ ବି ଯାଇଛି । ତେବେ ସରକାରୀ ଆକଳନ ଅନୁସାରେ ୪୧ ଲକ୍ଷରୁ ଅଧିକ ଲୋକ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି । ୧୦ ଲକ୍ଷ ଲୋକ ଏବେ ବି ଏକ୍‌ଟିଭ୍‌ ଅଛନ୍ତି, ଯାହାଙ୍କ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.