ବିବାହର ୨ ବର୍ଷ ପରେ ଛାଡପତ୍ର ଆବେଦନ କଲେ ଦେଶର ଚର୍ଚ୍ଚିତ ଆଇଏଏସ୍‌ ଯୋଡି ଟିନା ଡାବି ଓ ଅଥର ଖାନ

ଜୟପୁର : ଦେଶର ଚର୍ଚ୍ଚିତ ଆଇଏଏସ୍‌ ଯୋଡି ଟିନା ଡାବି ଓ ଅଥର ଖାନ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ବୋଲି ଖବର ମିଳିଛି । ତାଙ୍କ ବିବାହକୁ ମାତ୍ର ୨ ବର୍ଷ ପୂରିଛି । ଦୁଇ ଜଣଙ୍କ ମଧ୍ୟରେ ଆପୋଷ ବୁଝାମୁଣାରେ ଛାଡପତ୍ର ପାଇଁ ନିକଟସ୍ଥ ଜୟପୁର ଫ୍ୟାମିଲି କୋର୍ଟରେ ଗତ ୧୭ ତାରିଖରେ ଆବେଦନ କରାଯାଇଛି ବୋଲି ଜଣାପଡିଛି । ୟୁପିଏସସି ୨୦୧୫ ବର୍ଷରେ ଟିନା ଡାବି ସାରା ଭାରତରେ ଟପ୍ପର ହୋଇଥିବା ବେଳେ ଅଥର ଦିତ୍ୱୀୟ ହୋଇଥିଲେ । ମସୁରୀର ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମୀ ଫର ଆଡମିନିଷ୍ଟ୍ରେସନରେ ଥିବା ବେଳେ ଟିନା ଡାବି ଓ ଅଥର ଖାନଙ୍କ ମଧ୍ୟରେ ପ୍ରଥମେ ଆରମ୍ଭ ହୋଇଥିଲା ବନ୍ଧୁତା ଓ ପରେ ପରେ ତାହା ପ୍ରେମର ରୂପ ନେଇଥିଲା । ପରେ ପରେ ୨୦୧୮ରେ ତାଙ୍କର ବିବାହ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଗଙ୍ଗାନଗରରେ ଜିଲ୍ଲା ପରିଷଦ ସିଇଓ ଭାବେ ଟିନା କାର୍ଯ୍ୟ ତୁଲାଉ ଥିବା ବେଳେ ଅଥର ଜୟପୁର ଜିଲ୍ଲା ପରିଷଦ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଜଣାପଡିଛି ।

Leave A Reply

Your email address will not be published.