ଲୋକୋ ପାଇଲଟଙ୍କ ସୁବିଧା ପାଇଁ ରେଳ ବିଭାଗର ପଦକ୍ଷେପ

ନୂଆଦିଲ୍ଲୀ, (ପିଆଇବି) : ଗତ କିଛି ବର୍ଷ ମଧ୍ୟରେ ଲୋକୋ ପାଇଲଟଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଲୋକୋ ପାଇଲଟମାନେ ରେଳ ପରିବାରର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଅଟନ୍ତି । ଗତ ୧୦ ବର୍ଷ ମଧ୍ୟରେ ଲୋକୋମୋଟିଭ୍ ପାଇଲଟଙ୍କ କାର୍ଯ୍ୟସ୍ଥିତିରେ ବଡ଼ ଧରଣର ଉନ୍ନତି ଘଟିଛି । ପାଇଲଟମାନେ ଯେତେବେଳେ ଯାତ୍ରା ଶେଷ କରନ୍ତି, ସେମାନେ ମୁଖ୍ୟାଳୟରୁ ବାହାରେ ରହିଲେ ବିଶ୍ରାମ ପାଇଁ ରନିଙ୍ଗ ରୁମକୁ ଆସନ୍ତି । ୨୦୧୪ ପୂର୍ବରୁ ବିଶ୍ରାମ ଗୃହ ବା ରନିଙ୍ଗ ରୁମ୍‌ଗୁଡିକ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିଲା । ଆଜି ଚାଲୁଥିବା ବିଶ୍ରାମ କୋଠରୀଗୁଡ଼ିକରେ ଯଥେଷ୍ଟ ଉନ୍ନତି ଘଟିଛି । ପ୍ରାୟ ସମସ୍ତ (୫୫୮) ଚାଲୁଥିବା ରନିଙ୍ଗ ରୁମ୍‌ ଏବେ ଏସି ବ୍ୟବସ୍ଥା ହୋଇଛି । ଅନେକ ବିଶ୍ରାମ କୋଠରୀରେ ପାଦମସାଜର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଲୋକୋ ପାଇଲଟଙ୍କ କାର୍ଯ୍ୟ ଅବସ୍ଥାକୁ ନବୁଝି ସମାଜର କିଛି ବର୍ଗ ଏହାକୁ ସମାଲୋଚନା କରିଥିଲେ । ପାଇଲଟମାନେ ଲୋକୋ କ୍ୟାବ୍‌ରୁ ଲୋକୋମୋଟିଭ୍ ଚଳାଇଥାନ୍ତି । ୨୦୧୪ ପୂର୍ବରୁ କ୍ୟାବ୍ ଗୁଡ଼ିକ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିଲା । ୨୦୧୪ ପରଠାରୁ ଏର୍ଗୋନୋମିକ୍ ସିଟ୍ ସହିତ କ୍ୟାବ୍ ଗୁଡ଼ିକର ଉନ୍ନତିକରଣ କରାଯାଇଛି ଏବଂ ୭,୦୫୦ରୁ ଅଧିକ ଲୋକୋ କ୍ୟାବ୍ ଏୟାର କଣ୍ଡିସନ୍ ହୋଇଛି । ଏବେ ଏସି କ୍ୟାବ୍ ସହିତ ନୂତନ ଇଞ୍ଜିନ ନିର୍ମାଣ କରାଯାଉଛି । ୮୧୫ ଲୋକୋ କ୍ୟାବରେ ୱାଶ ରୁମ୍‌ ବ୍ୟବସ୍ଥା କରାଯାଇଛି ।
ଲୋକୋ ପାଇଲଟଙ୍କ ଡ୍ୟୁଟି ସମୟକୁ ସତର୍କତାର ସହ ତଦାରଖ କରାଯାଉଛି । ଯାତ୍ରା ପରେ ବିଶ୍ରାମ ଦିଆଯାଉଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଡ୍ୟୁଟି ସମୟ ବଜାୟ ରଖାଯାଇଛି । ଚଳିତ ବର୍ଷ ଜୁନ ମାସରେ ହାରାହାରି ଡ୍ୟୁଟି ଘଣ୍ଟା ଅବଧି ୮ ଘଣ୍ଟାରୁ କମ୍ ରହିଛି । କେବଳ ଜରୁରୀକାଳୀନ ପରିସ୍ଥିତିରେ, ଯାତ୍ରା ଅବଧି ନିର୍ଦ୍ଧାରିତ ସମୟଠାରୁ ଅଧିକ ଅଛି । ଗତ କିଛି ବର୍ଷ ମଧ୍ୟରେ, ପ୍ରମୁଖ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି ଏବଂ ୩୪,୪୦୦ ରେଳ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନ ୧୮,୦୦୦ କର୍ମଚାରୀଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ମିଥ୍ୟା ଖବର ଦେଇ ରେଳ ପରିବାରକୁ ନିରାଶ କରିବାକୁ ଉଦ୍ୟମ ବିଫଳ ହେବ । ସମଗ୍ର ରେଳ ପରିବାର ଆମ ଦେଶର ସେବାରେ ଏକାଠି ହୋଇଛନ୍ତି ।

Leave A Reply

Your email address will not be published.