oom

ରାଜଘାଟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାପୁଜୀଙ୍କୁ ଶ୍ରଦ୍ଧାଂଜଳି

jsmm

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ୧୫୧ତମ ଜୟନ୍ତୀ । ଏହି ଅବସରରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଶିଷ୍ଟ ରାଜନେତାମାନେ ନୂଆଦିଲ୍ଲୀର ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠ ରାଜଘାଟରେ ବାପୁଜୀଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି । ନିଜର କଠୋର କର୍ମନିଷ୍ଠତା ଓ ତ୍ୟାଗ ବଳରେ ମଣିଷ ସମାଜ ପାଇଁ ଏକ ଆଦର୍ଶ ଚିନ୍ତାଧାରା ପାଲଟିଥିବା ମହାତ୍ମା ଗାନ୍ଧୀ ୧୮୬୯ ଅକ୍ଟୋବର ୨ ତାରିଖରେ ଗୁଜରାଟ ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଅହିଂସା ନୀତି ଓ ସତ୍ୟାନ୍ୱେଷଣ ତାଙ୍କ ଯୋଗଜନ୍ମା ଭାବେ ଗଢ଼ି ତୋଳିଥିବା ବେଳେ ଅନ୍ୟାୟ, ଅନୀତି ବିରୁଦ୍ଧରେ ଅହିଂସା ନୀତି ଆଧାରରେ ଲଢ଼ିବାର ମହାନ୍‌ ଚିନ୍ତନକୁ ସାରା ଦେଶ ଆଜି ତାଙ୍କର ୧୫୧ତମ ଜନ୍ମ ଦିନରେ ତାଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଛି ।

jittmm
Leave A Reply

Your email address will not be published.