om academy

ଆଫ୍ରିକୀୟ ଦେଶ ମାଲିରେ ଫ୍ରାନ୍ସ ସୈନ୍ୟ‌ଙ୍କ ‌ଦ୍ୱାରା ୫୦ରୁ ଅଧିକ ଜିହାଦୀ ଆତଙ୍କବାଦୀଙ୍କୁ ହତ୍ୟା

jsm

ବମାକୋ : ଆଫ୍ରିକାର ମାଲିରେ ଫ୍ରାନ୍ସର ସେନା ୫୦ରୁ ଅଧିକ ଜିହାଦୀ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଫ୍ରାନ୍ସ ସରକାର କହିଛନ୍ତି ଯେ, ଡ୍ରୋନ୍ ଦ୍ୱାରା ବହୁ ସଂଖ୍ୟକ ମୋଟରସାଇକେଲ ଆରୋହୀ ଆତଙ୍କବାଦୀଙ୍କୁ ଚିହ୍‌ହ୍ନଟ କରାଯାଇଥିଲା ଓ ପରେ ଅପରେସନ ଆରମ୍ଭ ହୋଇଥିଲା । କୁହାଯାଉଛି ଯେ, ମାଲି ସହିତ ବୁର୍କିନା ଫାସୋ, ନାଇଜର ଏବଂ ନାଇଜେରିଆର ସୀମା ନିକଟରେ ମୋଟର ସାଇକେଲରେ ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଥିଲା । ଫ୍ରାନ୍ସ ସରକାର କହିଛନ୍ତି ଯେ ଶୁକ୍ରବାର ଦିନ ଅଲ-କାଏଦା ସହ ଜଡିତ ଜିହାଦୀ ଆତଙ୍କବାଦୀମାନେ ଆବିଷ୍କୃତ ହୋଇଥିଲେ ଏବଂ ଏହା ଜାଣାପଡ଼ିବା ପରେ ଏୟାର ଷ୍ଟ୍ରାଇକ କରାଯାଇ ସେମାନଙ୍‌ଙ୍କୁ ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.