କେନ୍ଦ୍ର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ହଠାତ୍‌ ଅସୁସ୍ଥ : ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ହଠାତ୍ ସ୍ୱାସ୍ଥ୍ୟ ଖରାପ ହେବା ପରେ କେନ୍ଦ୍ର ସାର ଓ ରାସାୟନିକ ମନ୍ତ୍ରୀ ସଦାନନ୍ଦ ଗୌଡ଼ାଙ୍କୁ ଚିତ୍ରାଦୁର୍ଗ ଜିଲ୍ଲାର ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ କାର ଭିତରେ ବସିବାକୁ ଯାଉଥିବା ବେଳେ ବେହୋଶ ହୋଇ ତଳେ ପଡ଼ି ଯାଇଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀଙ୍କ ସୁଗାର୍‌ ସ୍ତର ଏବଂ ରକ୍ତଚାପ ହ୍ରାସ ପାଇଛି । କିଛି ଦିନ ପୂର୍ବରୁ ସେ କରୋନା ଭାଇରସ ସଂକ୍ରମଣରୁ ଆରୋଗ୍ୟ ହୋଇଥିଲେ ।

ସୂଚନା ଅନୁସାରେ ନଭେମ୍ବରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୌଡ଼ା କରୋନା ସଂକ୍ରମିତ ହୋଇଥିଲେ । ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.