ଅସମ୍ଭାଳ କରୋନା : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧.୩୧ ଲକ୍ଷ ରୋଗୀ ଚି‌ହ୍ନଟ, ୮୦୦ରୁ ଅଧିକ ମୃତ୍ୟୁ

ନୂଆଦି‌ଲ୍ଲୀ : ଦେଶରେ କରୋନା ସଂକ୍ରମିତ‌ଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ୁଛି ଏବଂ ପ୍ରତିଦିନ ବାହାରୁଥିବା ସଂଖ୍ୟା ଭୟଭୀତ କରୁଛି । ଦେଶରେ କ୍ରମାଗତ ତୃତୀୟ ଦିନ ପାଇଁ କରୋନା ସଂକ୍ରମିତ‌ଙ୍କ ଏକ ଲକ୍ଷରୁ ଅଧିକ ହୋଇଛି । ଗତ ୨୪ ଘଂଟାରେ ୧,୩୧,୭୮୭ଟି ନୂଆ କରୋନା ମାମଲା ଚି‌ହ୍ନଟ ହୋଇଛି । ଦେଶରେ କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଏହା କରୋନା ରୋଗର ସର୍ବୋଚ୍ଚ ମାମଲା । ଏହାପୂର୍ବରୁ ବୁଧବାର ଦିନ ୧.୨୬ରୁ ଅଧିକ ମାମଲା ରୁଜୁ ହୋଇଥିଲା । ମଙ୍ଗଳବାର ଦିନ କରୋନାର ଦୈନିକ ମାମଲା ୧.୧୫ ଲକ୍ଷରୁ ଅଧିକ ରେକର୍ଡ କରାଯାଇଛି ।

ଦେଶରେ କରୋନା ରୋଗର ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ନଅ ଲକ୍ଷରୁ ଅଧିକକୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍‌ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗୁରୁବାର ଦିନ କରୋନା ଭୂତାଣୁ ସଂକ୍ରମଣରେ ୮୦୨ ରୋଗୀଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.