pr

ଚାରିଶହ ବୋତଲ କଫ୍ ସିରପ୍ ଜବତ : ଦୁଇ ଜଣଙ୍କୁ କୋର୍ଟ ଚାଲାଣ

dr. purohit

ଖପ୍ରଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପୋଲିସ ବାହାରକୁ ଚାଲାଣ ହେଉଥିବା ଚାରିଶହ ବୋତଲ କଫ୍ ସିରପ୍ ଏବଂ ବାଇକ୍କୁ ମସିଣା ଛକରୁ ଜବତ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ବୋଡ଼େନର ଗଙ୍ଗାଧର ନାଗ ଏବଂ କୋମନାର ଟୁନା ବେମାଲ ଏକ ଆପାଚି ବାଇକ ନମ୍ୱର୍ ଓଡି-୨୬-ଡି-୩୪୬୩ ଯୋଗେ ପାଟଣାଗଡ଼ରୁ ଚାରିଶହ ବୋତଲ କଫ୍ ସିରପ୍ ବୋଝେଇ କରି କୋମନା ନେଉଥିବା ସମୟରେ ଲାଠୋର ପୋଲିସ କୈାଣସି ସୁତ୍ରରୁ ଖବର ପାଇ ତାଙ୍କର ପିଛା କରିଥିଲେ । ଯୁବକ ଦ୍ବୟ ଚତୁରତା ସହ ଖସି ଯିବାକୁ ପ୍ରୟାସ କରୁଥିବା ବେଳେ ଲାଠୋର ନିକଟସ୍ଥ ମସିଣା ଛକ ନିକଟରେ ଯୁବକ ଦ୍ବୟଙ୍କୁ କାବୁ କରିବା ସହ କଫ୍ ସିରପ୍ ଏବଂ ବାଇକ୍କୁ ଥାନାକୁ ଆଣିଥିଲେ । ପରେ ଖପ୍ରାଖୋଲ ତହସିଲଦାର ଧିରଜ କୁମାର ପାତ୍ରଙ୍କ ଉପସ୍ଥିତିରେ କଫ୍ ସିରପ୍ ଗଣତି କରାଯାଇ ସିଲ୍ କରାଯାଇଥିବା ପୋଲିସ ସୁତ୍ରରୁ ଜଣାପଡିଛି । ଏନେଇ ଲାଠୋର ଥାନାରେ ଏକ କେସ୍ ନମ୍ବର ୧୬୯/୨୦ ରେ ଦଫା ୨୧(ବି) ଏନଡିପିଏସ୍ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ବୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଲାଠୋର ପୋଲିସ ପକ୍ଷରୁ କୁହାଯାଇଛି ।

nrusinghnath
Leave A Reply

Your email address will not be published.