ଡୁଡୁକାଶିରା ଲୁଟ୍ ଘଟଣା : ୪ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (ନିପ୍ର) : ବଲାଙ୍ଗିର ଚୁଡାପାଲି ରାସ୍ତା ଡୁଡୁକାଶିରାରୁ ଅଢେଇ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗରେ ସଦର ଥାନା ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଖର୍ଲିକାନୀର ଦିଲିପ ବଗର୍ତ୍ତି(୩୫), ବାଗଭାଡିର ଗୋପାଳ ବାରିକ (୨୮), ଜାମୁଟିଆର ମନୋଜ ସିଂ(୩୬) ଓ ଟାଉନଥାନା ଅନ୍ତର୍ଗତ ହାତୀଶାଲ ପଡାର ରାଜୁ ଭୁଏ(୩୬) । ସେମାନଙ୍କ ନିକଟରୁ ପୁଲିସ ୩୨ ହଜାର ଟଙ୍କା ସହିତ ୪ ମୋବାଇଲ ଫୋନ, ଏକ ଭୁଜାଲି, ୩ ମୋଟର ସାଇକଲ ଓ କ୍ୟାସ୍ବ୍ୟାଗ ସାଙ୍ଗରେ ବିଭିନ୍ନ କାଗଜପତ୍ର ଜବତ କରିଛି ।
ସୂଚନା ଅନୁଯାୟୀ , ବଲାଙ୍ଗିର ସହର ରାଜୀବନଗରର କୃଷ୍ଣମୋହନ ତରିଆ ଓ ତାଙ୍କ ଶଳା ପ୍ରକାଶ ଚନ୍ଦ୍ର ଜେନା ଗତ୨୪ ତାରିଖ ସକାଳ ୮ଟା ସମୟରେ ସବ ଡିଲରମାନଙ୍କୁ କିରୋସିନୀ ବଂଟନ କରିବା ପାଇଁ ହର୍ଡାଟାଲରେ ଥିବା ଡିପୋକୁ ଯାଇଥିଲେ । କିରୋସିନୀ ବଂଟନ କରିବା ପରେ ସଂଗୃହୀତ ହୋଇଥିବା ଅଢେଇ ଲକ୍ଷ ଟଙ୍କା ଧରି ବଲାଙ୍ଗିର ଅଭିମୁଖେ ଫେରୁଥିବା ବେଳେ ଡୁଡୁକାଶିରା ଠାରେ ୩ ଜଣ ଅଜ୍ଞାତ ଯୁବକ ଏକ ମୋଟର ସାଇକଲରେ ଆସି ଅତର୍କିତ ଭାବେ ଲାଠି ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଆକ୍ରମଣରେ କୃଷ୍ଣ ଓ ପ୍ରକାଶ ଗୁରୁତର ଆହତ ହୋଇଥିଲେ । ଫଳରେ ଲୁଟେରାମାନେ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏ ନେଇ କୃଷ୍ଣ ସଦରଥାନାରେ ଅଭିଯୋଗ କରିବା ପରେ ଏସପିଙ୍କ ନିଦେ୍ର୍ଧଶ କ୍ରମେ ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଓ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି ।

2 Comments
  1. Jyotirmoy says

    Happy to know….. Robbers caught

    1. Koshala Prabaha says

      thanks

Leave A Reply

Your email address will not be published.