କରଣ ସମାଜ ପକ୍ଷରୁ ପୁରାତନ ଜଳାଶୟର ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର: ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତଥା କରଣ ସମାଜ ପକ୍ଷରୁ ସହରର ବିଭିନ୍ନ ଜଳାଶୟର ସଫେଇ ଓ ଉଦ୍ଧାର କାର୍ଯ୍ୟକ୍ରମ ଜାରି ରଖିଛି । ସ୍ଥାନୀୟ ନରସିଂହ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ଏହି ସଂଗଠନ ଚାରୋଟି ପଯ୍ୟାୟରେ ସଫେଇ କାର୍ଯ୍ୟକ୍ରମ କରିବା ସହିତ ସାରା ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନକୁ ଏହି କାମରେ ଏକଜୁଟ କରିଥିଲା । ସେହିକ୍ରମରେ ଆଜି ବଲାଙ୍ଗିର ଟିଟିଲାଗଡ ରାସ୍ତାରେ ଥିବା ବାଞ୍ଜି ସଂରକ୍ଷିତ ଜଙ୍ଗଲ ଭିତରେ ଏକ ପୁରାତନ ଜଳାଶୟ ରାଣୀବନ୍ଧର ସଫେଇ କରିବା ସହିତ ଏହାର ପୁରୁଣା ଗୌରବ ଫେରାଇ ଆଣିବା ପାଇଁ ଚେଷ୍ଟା କରିଛି ।
ଏହି ଜଳାସୟଟି ପରିତ୍ୟକ୍ତ ଅବସ୍ଥାରେ ପଡି ଧୀରେ ଧୀରେ ଜନମାନସରୁ ଉଭେଇ ଯାଇଥିବା ଖବର ପାଇ ଏହି ଜଳାଶୟର ପୁନଉଦ୍ଧାର ଏବଂ ପାରିପାଶ୍ୱିର୍କ ଉନ୍ନୟନ ନିମନ୍ତେ ସଭାପତି ଅସୀମ ପଟ୍ଟନାୟକ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଏବଂ ବନ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ବିଧାୟକଙ୍କ ନିଦେ୍ର୍ଧଶ କ୍ରମେ ଜିଲ୍ଲା ବନ ଅଧିକାରୀ ସମୀର କୁମାର ଶତପଥୀ ସଂରକ୍ଷିତ ବନାଂଚଳରେ ଥିବା ଏହି ଅଂଚଳ ପରିଦର୍ଶନ କରିବା ସହିତ ଜଳାଶୟର ପ୍ରାକୃତିକ ମନୋମୁଗ୍ଧକାରୀ ଦୃଶ୍ୟରାଜି ଦେଖି ଆନନ୍ଦ ପ୍ରକାଶ କରିଥିଲେ ଓ ଜଳାଶୟର ପୁନଉଦ୍ଧାର ସହିତ ଆନୁସଙ୍ଗିକ ଉନ୍ନତି କରାଯାଇ ଭବିଷ୍ୟତରେ ଏକ ପରିବେଶ ଅନୁକୁଳ ପାର୍କ ପ୍ରତିଷ୍ଠା ନିମନ୍ତେ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ଉଦ୍ୟମ କରାଯିବ ବୋଲି ପ୍ରକାଶ କରିଥିଲେ ।
ସୁଚନା ଯୋଗ୍ୟ ଯେ,ବଲାଙ୍ଗିର ଟିଟିଲାଗଡ ରାସ୍ତାରେ ଥିବା ବାଞ୍ଜି ସଂରକ୍ଷିତ ଜଙ୍ଗଲ ଭିତରେ ଏକ ପୁରାତନ ଜଳାଶୟ ରାଣୀବନ୍ଧ ରହିଛି । ଏହି ଜଳାଶୟ ଏକଦା ବଲାଙ୍ଗିର ସହରର ଜନସାଧାରଣ ତଥା ଆଖପାଖ ଗ୍ରାମବାସୀମାନଙ୍କ ବଣଭୋଜି ଓ ଅବସର ବିନୋଦନର କେନ୍ଦ୍ରବିନ୍ଦୁ ଥିଲା । ଏଥି ସହିତ ବନ୍ୟଜନ୍ତୁ ଏବଂ ବିଦେଶାଗତ ପକ୍ଷୀମାନଙ୍କ ପାଇଁ ଏକ ନିର୍ଭୟ ଆଶ୍ରୟସ୍ଥଳି ଥିଲା । କାଳକ୍ରମେ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଏହି ଜଳାଶୟ କ୍ରମଶଃ ତାର ଗୁରୁତ୍ୱ ହରାଇ ଜନସାଧାରଣଙ୍କ ଦୃଷ୍ଟି ଆଡୁଆଳରେ ରହିଯାଇଥିଲା ଏବଂ ଏହାର ପାଶ୍ୱର୍ବର୍ତ୍ତି ଅଂଚଳ ଅସାମାଜିକ ନିଶାଶକ୍ତ ବ୍ୟକ୍ତିମାନଙ୍କ ଯୋଗୁଁ ଅପରିସ୍କାର ହୋଇପଡିଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ସ୍ୱେଚ୍ଛାସେବୀ ଶ୍ୱେତପର୍ଣ୍ଣା ପଟ୍ଟନାୟକଙ୍କ ନେତୃତ୍ୱରେ ଜଳାଶୟର ଚାରିପାଖରେ ପଡିଥିବା ଆବର୍ଜନା ଓ ବର୍ଜ୍ୟବସ୍ତୁ ସଫେଇ କରା ଯାଇଥିଲା । ଏଥିରେ କରଣ ସମାଜର ବରିଷ୍ଠ ସଦସ୍ୟା ବିଷ୍ଣୁପ୍ରିୟା ବହିଦାର, ବିସ୍ମିତା ପଟ୍ଟନାୟକ, ସମାପିକା ବହିଦାର, ସ୍ମିତା ପଟ୍ଟନାୟକ, ସାରିକା ପଟ୍ଟନାୟକ, ଅସ୍ମିତା ପଟ୍ଟନାୟକ, ଅନନ୍ତରାମ ପଟ୍ଟନାୟକ, କାହ୍ନୁଚରଣ ପଟ୍ଟନାୟକ, ମାନସ ରଂଜନ ମହାନ୍ତି, ଅଜିତ କୁମାର ଦାସ, ଚରଣଜିତ ସାହାଣି, ଲିଙ୍କନ ପଟ୍ଟନାୟକ, ନିହାର ରଂଜନ ମହାନ୍ତି, ଲକି ବହିଦାର, ଦେଓଗାଁ ରେଞ୍ଜ ଅଫିସର ଆଲୋକ ମାଝି, ଦେଓଗାଁ ଫରେଷ୍ଟର ବାବୁଲା ଦାଶ, ଗୁଡଭେଲା ଫରେଷ୍ଟର ହରିହର ସ୍ୱାଇଁ, ବନରକ୍ଷୀ ବିପିନ ଭୋଇ ଓ ଚିନ୍ମୟ ପଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ତେବେ ଏହି ଅବସରରେ, ଏହି ଜଳାଶୟର ପୁନଉଦ୍ଧାର ଏବଂ ପାରିପାଶ୍ୱିର୍କ ଉନ୍ନତି କରି ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ ଏକ ପାର୍କ କରାଯାଇ ପାରିବ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଗ୍ରହ ପ୍ରକାଶ କରଥିବା ବେଳେ ସେ ଅତିଶୀଘ୍ର ଏହି ବନାଂଚଳ ପରିଦର୍ଶନ କରିବେ ବୋଲି କରଣ ସମାଜ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଅସୀମ ପଟ୍ଟନାୟକ ପ୍ରକାଶ କରିଛନ୍ତି । (ଦେବାଶିଷ ମିଶ୍ର)

Leave A Reply

Your email address will not be published.